କର୍ମଜୀବି ମହିଳା ମାନଙ୍କ ପାଇଁ ଜାରିହେଲା ବିଜ୍ଞପ୍ତି

ଭୁବନେଶ୍ୱର : କର୍ମଜୀବି ମହିଳା ମାନଙ୍କ ପାଇଁ ଜାରିହେଲା ବିଜ୍ଞପ୍ତି । ନାଇଟ୍ ସିଫ୍ଟ ରେ କାମ କରିବା ପାଇଁ ମହିଳାଙ୍କ ସହମତି ଆବଶ୍ୟକ । ରାତିରେ କାମ କଲେ ମହିଳାଙ୍କୁ ଦେବାକୁ ପଡ଼ିବ ସହମତି ପତ୍ର। ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପ୍ରକାଶ ପାଇଲା ବିଜ୍ଞପ୍ତି। ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ I କର୍ମଜୀବୀ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ […]

କର୍ମଜୀବି ମହିଳା ମାନଙ୍କ ପାଇଁ ଜାରିହେଲା ବିଜ୍ଞପ୍ତି
Samaya Live Picture
Published On

ଭୁବନେଶ୍ୱର : କର୍ମଜୀବି ମହିଳା ମାନଙ୍କ ପାଇଁ ଜାରିହେଲା ବିଜ୍ଞପ୍ତି । ନାଇଟ୍ ସିଫ୍ଟ ରେ କାମ କରିବା ପାଇଁ ମହିଳାଙ୍କ ସହମତି ଆବଶ୍ୟକ । ରାତିରେ କାମ କଲେ ମହିଳାଙ୍କୁ ଦେବାକୁ ପଡ଼ିବ ସହମତି ପତ୍ର। ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଘରୋଇ ଉଦ୍ୟୋଗ ଓ ବ୍ୟବସାୟିକ ପ୍ରତିଷ୍ଠାନର କର୍ମଜୀବୀ ମହିଳାଙ୍କ ପ୍ରକାଶ ପାଇଲା ବିଜ୍ଞପ୍ତି। ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ I

କର୍ମଜୀବୀ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ। କର୍ମକ୍ଷେତ୍ରରେ ଅତି କମରେ ୩ ଜଣ ମହିଳା ଥିବେ। ଡ୍ୟୁଟି ସମୟ ଦିନ ଓ ରାତି କାର୍ଯ୍ୟ ମଧ୍ୟରେ ଅତିକମରେ ୮ ଘଣ୍ଟାର ବ୍ୟବଧାନ ରହିବ। କର୍ମକ୍ଷେତ୍ରରେ ସିସିଟିଭି ସହ ଓ୍ୱାସରୁମ୍, ଟଏଲେଟ୍ ରହିବା ଆବଶ୍ୟକ।ମହିଳାଙ୍କୁ ନେବାଆଣିବା ପାଇଁ ପରିବହନ ବ୍ୟବସ୍ଥା ରହିବ। ଗାଡ଼ିରେ ଜିପିଏସ୍ ଟ୍ରାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିବା ନେଇ ବିଜ୍ଞପ୍ତିରେ କୁହାଯାଇଛି।ଏହାସହ ନେବା ଆଣିବା କରୁଥିବା ଡ୍ରାଇଭରଙ୍କ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିବ ପୋଲିସ।

Tags: