କରମଣ୍ଡଳ ଟ୍ରେନ ଦୁର୍ଘଟଣା,ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ
ବାହାନଗା : ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ” ଏହା ଅତ୍ୟନ୍ତ ଦୁଃଖଦ ଟ୍ରେନ୍ ଦୁର୍ଘଟଣା।ମୋତେ ସ୍ଥାନୀୟ ଦଳ, ସ୍ଥାନୀୟ ଲୋକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ଯ୍ୟ କରିଛନ୍ତି। ପୀଡ଼ିତ ଲୋକଙ୍କୁ ବାଲେଶ୍ବର ଏବଂ […]
ବାହାନଗା : ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ” ଏହା ଅତ୍ୟନ୍ତ ଦୁଃଖଦ ଟ୍ରେନ୍ ଦୁର୍ଘଟଣା।ମୋତେ ସ୍ଥାନୀୟ ଦଳ, ସ୍ଥାନୀୟ ଲୋକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଯେଉଁମାନେ ଲୋକଙ୍କୁ ରକ୍ଷା କରିବା ପାଇଁ ରାତାରାତି କାର୍ଯ୍ୟ କରିଛନ୍ତି। ପୀଡ଼ିତ ଲୋକଙ୍କୁ ବାଲେଶ୍ବର ଏବଂ କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିବ ଯାହା ଦ୍ବାରା ସେମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ। ଏଥିସହ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି । ରେଳ ସୁରକ୍ଷାକୁ ସର୍ବଦା ପ୍ରଥମ ଗୁରୁତ୍ବ ଦିଆଯିବା ଉଚିତ୍ । ଘଟଣସ୍ଥଳରେ ରେଳୱେ ବୋର୍ଡ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅଗ୍ନିଶମ DG, ପରିବହନ କମିଶନର , SRC, ରାଜସ୍ବ ମନ୍ତ୍ରୀ ଉପସ୍ଥିତ ଥିଲେ ।
ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଯାଇଛନ୍ତି। ଏହାଛଡ଼ା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଓ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହାପରେ ସେ ବାଲେଶ୍ୱର ମେଡିକାଲ କଲେଜକୁ ଯାଇ ଆହତଙ୍କୁ ଭେଟିଛନ୍ତି ଓ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
#WATCH | Odisha CM Naveen Patnaik says, "…extremely tragic train accident…I have to thank the local teams, local people & others who have worked overnight to save people from the wreckage…Railway safety should always be given the first preference…The people have been… pic.twitter.com/PtyESk4ZuB
— ANI (@ANI) June 3, 2023
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି।




