କରମଣ୍ଡଳ ଟ୍ରେନ ଦୁର୍ଘଟଣା,ଘଟଣାସ୍ଥଳକୁ ଯିବେ ପ୍ରଧାନ ମନ୍ତ୍ରୀ

ବାଲେଶ୍ୱର : ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି । ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି । ଆଜି ସନ୍ଧ୍ୟାରେ ମୋଦି ଆସିପାରନ୍ତି ବୋଲି ଖବର ମିଳିଛି । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। […]

Samaya Live Picture
Published On

ବାଲେଶ୍ୱର : ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି । ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି । ଆଜି ସନ୍ଧ୍ୟାରେ ମୋଦି ଆସିପାରନ୍ତି ବୋଲି ଖବର ମିଳିଛି ।

ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘଟଣାସ୍ଥଳକୁ ଆସୁଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ୍‌ କରି ଏହି ସୂଚନା ଦେଇଛି।

ସୂଚନାନୁସାରେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଓଡ଼ିଶା ଆସିପାରନ୍ତି । ମୋଦି ବାଲେଶ୍ୱର ଗସ୍ତରେ ଆସି ବାହାନଗାର ଟ୍ରେନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ କଟକ ଗସ୍ତ କରି ଏସବିସିରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ ସମସ୍ୟା ବୁଝିବେ ବୋଲି ସୂଚନା ମିଳିଛି ।

ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ୧୨ ଘଣ୍ଟା ହେଲାଣି ରେସକ୍ୟୁ ଅପରେସନ ଜାରି ରହିଛି ।

ଗତକାଲି ସନ୍ଧ୍ୟା୭ ଟାରେ B ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

Tags: