କମିଲା ପଶ୍ଚିମା ଝଡ଼ର ପ୍ରଭାବ,ଏଣିକି ବଢିବ ତାତି
ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ମାର୍ଚ୍ଚ ମାସରେ ଅସହ୍ୟ ଗରମ ରୁ ଲୋକେ ସାମାନ୍ୟ ଆଶ୍ବସ୍ତି ପାଇଥିଲେ I ମାସ ସାରା ଲଗାତାର କିଛି ଦିନ ବ୍ୟବଧାନରେ ଲାଗି ରହୁଥିଲା ଝଡ଼ ବର୍ଷା I ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା I କ୍ରମାଗତ ବର୍ଷା ଫଳରେ ତାପମାତ୍ରା ହ୍ରାସ ପାଇଥିଲା I ମାତ୍ର ସୋମବାର ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଖରା […]
ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ମାର୍ଚ୍ଚ ମାସରେ ଅସହ୍ୟ ଗରମ ରୁ ଲୋକେ ସାମାନ୍ୟ ଆଶ୍ବସ୍ତି ପାଇଥିଲେ I ମାସ ସାରା ଲଗାତାର କିଛି ଦିନ ବ୍ୟବଧାନରେ ଲାଗି ରହୁଥିଲା ଝଡ଼ ବର୍ଷା I ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା I କ୍ରମାଗତ ବର୍ଷା ଫଳରେ ତାପମାତ୍ରା ହ୍ରାସ ପାଇଥିଲା I ମାତ୍ର ସୋମବାର ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଖରା ଟାଣ ହେବ ଓ ତାପମାତ୍ରା ଧୀରେଧୀରେ ବଢ଼ିବ। ସେହିପରି ଅପରାହ୍ଣ ଆଡ଼କୁ କାଳବୈଶାଖୀ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ଝଡ଼ର କୌଣସି ପ୍ରଭାବ ନାହିଁ। ତେଣୁ ତାପମାତ୍ରା ଧୀରେଧୀରେ ବଢ଼ିବ। ଆସନ୍ତା ୩ ଦିନରେ ପାରଦ ପାଖାପାଖି ୬ ଡିଗ୍ରି ଯାଏ ବଢ଼ିବ।
ତାପମାତ୍ରା ବୃଦ୍ଧି ଯୋଗୁଁ ଭୂପୃଷ୍ଟ ତତଲା ରହିବ। ଏହି ସମୟରେ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫ ପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରବେଶ ଦ୍ୱାରା କାଳବୈଶାଖୀ ପରିସ୍ଥିତି ସୃଷ୍ଟି ହେବା ପାଇଁ ଅନୁକୂଳ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।
ଅନ୍ୟପଟେ ୨ ତାରିଖରୁ ଉତ୍ତର ପଶ୍ଚିମ ଭାରତରେ ଏକ ପଶ୍ଚିମା ଝଡ଼ ପ୍ରଭାବ ପକାଇଥିଲେ ମଧ୍ୟ ସମ୍ଭବତଃ ଏହା ଓଡ଼ିଶାର ବାୟୁମଣ୍ଡଳରେ ଯଥେଷ୍ଟ ଉପରେ ଯିବ। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ନ ପଡ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା ୬-୭ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି।
ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର କାଁ ଭାଁ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିଛି। ସେହିପରି ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ଣ ଆଡ଼କୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ୨୩ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।




