କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା,ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ
କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ଓସେପାର ମେରିଟ୍ ଲିଷ୍ଟ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ନିଯୁକ୍ତି ସର୍ତ୍ତାବଳି ଅନୁଯାୟୀ ଜିଲାଓ୍ବାରୀ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାନୁଯାୟୀ ଓସେପା ପକ୍ଷରୁ ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ବର ୧୩ ରୁ ଏଥିପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା I […]
କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ଓସେପାର ମେରିଟ୍ ଲିଷ୍ଟ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ନିଯୁକ୍ତି ସର୍ତ୍ତାବଳି ଅନୁଯାୟୀ ଜିଲାଓ୍ବାରୀ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।
ସୂଚନାନୁଯାୟୀ ଓସେପା ପକ୍ଷରୁ ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ବର ୧୩ ରୁ ଏଥିପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା I ୨୦୨୩ ଆକବର ୧୦ ତାରିଖରେ ଆବେଦନ ଶେଷ ହୋଇଥିଲା I ତେବେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛିଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା।
ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ବିଜ୍ଞପ୍ତିରେ ଥିବା ନିୟମ ଅନୁସାରେ ମେରିଟ ଲିଷ୍ଟ ଜିଲ୍ଲାବାରି ପ୍ରସ୍ତୁତ ହେବ କଥା I କିନ୍ତୁ ସରକାର ରାଜ୍ୟବ୍ୟାପୀ ଗୋଟିଏ ମେଧା ତାଲିକା ପ୍ରସ୍ତୁତ କରିଥିଲେ I ଯାହା ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତ ଉଲ୍ଲଙ୍ଘନ କରୁଥିଲା I ଏହାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା I
କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ। ପରୀକ୍ଷାରେ କଟଅଫ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରି ହାଇକୋର୍ଟ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ଜାନୁଆରୀ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।




