କଥାଦେଇ କଥା ରଖି ନଥିଲେ ପୂର୍ବ ସରକାର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମବାୟ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖି ନ ଥିଲେ । ସେ ସମୟରେ ସମବାୟରେ ହେଉଥିବା ଅସ୍ୱଚ୍ଛତା ଓ ଅବ୍ୟବସ୍ଥା ଏହି ସରକାରରେ ହେବନାହିଁ । ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ସୋହେଲାରେ କହିଲେ ଚାଷୀଙ୍କୁ […]

Samaya Live Picture
Published On

ଭୁବନେଶ୍ୱର: ସମବାୟ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖି ନ ଥିଲେ । ସେ ସମୟରେ ସମବାୟରେ ହେଉଥିବା ଅସ୍ୱଚ୍ଛତା ଓ ଅବ୍ୟବସ୍ଥା ଏହି ସରକାରରେ ହେବନାହିଁ । ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ ।

ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ୍‌ ଦେବେ, କିନ୍ତୁ ଦେଲେନି। ବରଂ ଚାଷୀ ଆତ୍ମହତ୍ୟା ଦେଖା ଦେଇଥିଲା। କିନ୍ତୁ ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। କ୍ବିଣ୍ଟାଲ ପିଛା ବୋନସ୍‌ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଣିକି ୫୦ କ୍ୟୁଣ୍ଟାଲରେ ୪୦,୦୦୦ ଟଙ୍କା ବୋନସ ପାଇବେ ଚାଷୀ । ସମବାୟକୁ ଯିଏ କ୍ଷତି ପହଞ୍ଚିବେ ତାଙ୍କ ଉପରେ ସରକାର ନଜର ରଖିଛନ୍ତି । ଆବଶ୍ୟକ ପଡ଼ିଲେ ସେଭଳି ବ୍ୟକ୍ତିମାନଙ୍କୁ ଝାରପଡ଼ା ଜେଲ ପଠାଇବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲାପାଳମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି।

ଧାନକିଣାରେ ସ୍ଵଚ୍ଛତା ଆଣିବା ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଚାଷୀମାନଙ୍କୁ ସଚେତନ କରାଯିବା ସହ ଉପଯୁକ୍ତ MSP ମିଳିବା ପାଇଁ ସମସ୍ତ ମଣ୍ଡିରେ ବ୍ୟବସ୍ଥା କରାଯାଇଛି । ନୂତନ ସରକାର ଆସିବା ପରେ ଏହା ଉପରେ ଧ୍ୟାନ ଦିଆଯାଇଛି ।

ଚାଷୀଙ୍କ ପାଇଁ ଆର୍ଥିକ ସହଯୋଗ କରାଇବାକୁ ଏହି ସରକାର ପ୍ରତିଶ୍ରୁତିବଦ୍ଧ । କେବଳ MSP ନୁହେଁ CM କିସାନ ଓ ପିଏମ କିସାନ ଭାବେ ମଧ୍ୟ ଚାଷୀଙ୍କୁ ସହଯୋଗ କରାଯାଉଛି । ସମବାୟ ବିଭାଗରେ ଅନେକ ସଂସ୍କାର ଆଣିବାକୁ ମୁଖ୍ୟମନ୍ତ୍ରୀ ଅନେକ ପ୍ରସ୍ତାବ ଦେଇଥିଲେ । ବିଭାଗୀୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ କୃଷକମାନେ କିପରି ତୃଣମୂଳ ସ୍ତରରେ ସମବାୟ ମାଧ୍ୟମରେ ଉପକୃତ ହେବେ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ ।

Tags: