କଟକ ବଡ଼ ଡାକ୍ତରଖାନାରେ ସଫଳ କିଡ୍ନୀ ପ୍ରତି ରୋପଣ
କଟକ : ଏସ୍ସିବିରେ ପ୍ରଥମ ଥର ପାଇଁ ସଫଳ ହୋଇଛି କିଡ୍ନୀ ପ୍ରତି ରୋପଣ I ଏସସିବି ମେଡିକାଲରେ ‘ବ୍ରେନ ଡେଡ଼’ହୋଇ ଯାଇଥିବା ଜଣେ ମହିଳାଙ୍କ ଦେହରୁ କିଡ୍ନୀ କଢ଼ା ଯାଇ ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀର ରେ ସଫଳ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ ୪ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ତେବେ ସମସ୍ତ କେଶରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ କିଡ଼ନୀ ଏସସିବି ଅଣାଯାଇ ଏହି ବିରଳ […]
କଟକ : ଏସ୍ସିବିରେ ପ୍ରଥମ ଥର ପାଇଁ ସଫଳ ହୋଇଛି କିଡ୍ନୀ ପ୍ରତି ରୋପଣ I ଏସସିବି ମେଡିକାଲରେ ‘ବ୍ରେନ ଡେଡ଼’ହୋଇ ଯାଇଥିବା ଜଣେ ମହିଳାଙ୍କ ଦେହରୁ କିଡ୍ନୀ କଢ଼ା ଯାଇ ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀର ରେ ସଫଳ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ ୪ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ତେବେ ସମସ୍ତ କେଶରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ କିଡ଼ନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଛି। ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡ଼ନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପର୍ଣ୍ଣ ହୋଇଛି।
ସୂଚନା ମୁତାବକ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତ୍ପୁର ଥାନା ତରୋଳ ଗ୍ରାମର ନିରଂଜନ କରଙ୍କ ପତ୍ନୀ ତନୁଜା କର(୫୭)ଙ୍କୁ ଗତକାଲି କଟକ ବଡ଼ଡାକ୍ତରଖାନା ସିଟିଭିଏସ୍ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ଆଗ୍ରହ ପ୍ରକାଶ କରିବାରୁ ମହିଳାଙ୍କ ଦୁଇଟି କିଡ୍ନିକୁ କାର୍ଡିଓଥୋରାସିସ୍ ବିଭାଗରେ ଅସ୍ତ୍ରୋପଚାର କରାଯାଇ କଢ଼ାଯାଇଥିଲା। ପରେ ଏସ୍ସିବି ୟୁରୋଲୋଜି ବିଭାଗକୁ ଅଣାଯାଇ ସଟୋର ନିୟମାବଳୀ ଅନୁସାରେ କିଡ୍ନି ଅପେକ୍ଷାରେ ଥିବା ୨ଜଣ ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯାଇଥିଲା।
ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ , ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ,ଡାକ୍ତର ସବ୍ୟସାଚୀ ପଣ୍ଡା ଓ ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡ଼ନୀ ଦାନ ପାଇଁ ଅନୁରୋଧ କରିଥିଲେ। ପରିବାର ଲୋକଙ୍କ ସଂମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡ଼ନୀ କଢ଼ାଯାଇ ଦୁଇ କିଡ଼ନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ଦୁଇଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟ ରଞ୍ଜନ ସାହୁ। ଆଲୋକଙ୍କ ଏହା ପ୍ରଥମ ଓ ସୂର୍ଯ୍ୟଙ୍କ ର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନ ରେ ଡାକ୍ତର ଅରୁଣାଙ୍କ ସହିତ ୧୭ ଜଣ ମେଡିକାଲ ଟିମ ସହଯୋଗ କରିଥିଲେ। ତନୁଜାଙ୍କ କିଡ୍ନି କଢାଯିବା ପରେ ପରିବାରବର୍ଗଙ୍କୁ ମୃତଦେହ ପ୍ରଦାନ କରାଯାଇଥିଲା। ଏସ୍ସିବିରେ ଏହାକୁ ମିଶାଇ ୬ଥର କାଡାଭରିକ୍ ପ୍ରତିରୋପଣ କରାଗଲାଣି।




