କଟକ ଡିୟର ପାର୍କରୁ ହରିଣ ସ୍ଥାନାନ୍ତର,୨ ହରିଣ ମୃତ
କଟକ : ସପ୍ତାହକ ମଧ୍ୟରେ କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୧୨୫ଟି ହରିଣ ଇ କଟକ ଡ଼ିଅର ପାର୍କରୁ ଚନ୍ଦକା ଭରତପୁର ଆମ୍ବିଲୋକୁ ହରିଣ ସ୍ଥତାନାଂତର ହୋଇଛନ୍ତି I ତେବେ ହଠାତ ସ୍ଥାନ ପରିବର୍ତନ ହେବା ଯୋଗୁଁ ୨ ଟି ହରିଣଙ୍କ ମୃତ୍ୟୁ ହେବା ସହିତ ୧୦ ରୁ ଅଧିକ ହରିଣ ଗୁରୁତର ହୋଇପଡିଛନ୍ତି I ହରିଣଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା। ସେ କହିଛନ୍ତି ହଠାତ୍ ବାସସ୍ଥଳୀ […]
କଟକ : ସପ୍ତାହକ ମଧ୍ୟରେ କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୧୨୫ଟି ହରିଣ ଇ କଟକ ଡ଼ିଅର ପାର୍କରୁ ଚନ୍ଦକା ଭରତପୁର ଆମ୍ବିଲୋକୁ ହରିଣ ସ୍ଥତାନାଂତର ହୋଇଛନ୍ତି I ତେବେ ହଠାତ ସ୍ଥାନ ପରିବର୍ତନ ହେବା ଯୋଗୁଁ ୨ ଟି ହରିଣଙ୍କ ମୃତ୍ୟୁ ହେବା ସହିତ ୧୦ ରୁ ଅଧିକ ହରିଣ ଗୁରୁତର ହୋଇପଡିଛନ୍ତି I ହରିଣଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା। ସେ କହିଛନ୍ତି ହଠାତ୍ ବାସସ୍ଥଳୀ ପରିବର୍ତ୍ତନ ଯୋଗୁଁ କେତେକ ହରିଣ ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ଖୁଆଡ଼ରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିଲେ ମଧ୍ୟ ହରିଣଗୁଡ଼ିକ ତିଷ୍ଠିବାକୁ ଏବେ ସଂଘର୍ଷ କରୁଛନ୍ତି। ବନ କର୍ମଚାରୀଙ୍କ ସହ ଓୟୁଏଟିର ବିଶେଷଜ୍ଞମାନେ ହରିଣଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖିଥିବା ଜଣାପଡ଼ିଛି। ସେମାନଙ୍କୁ ଖାଦ୍ୟରେ ଆଣ୍ଟିଷ୍ଟ୍ରେସ ମେଡିସିନ୍ ଦିଆଯାଉଛି।
ଅନ୍ୟପଟେ ହରିଣ ସ୍ଥାନାନ୍ତରକୁ ନେଇ କଟକବାସୀ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଅନ୍ୟପଟେ ଅଭୟାରଣ୍ୟ ପରିବେଶରେ ହରିଣଙ୍କ ତିଷ୍ଠିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଦୀପ ତରାଇଙ୍କ କହିବାନୁଯାୟୀ, ମାତ୍ର ୪ ଏକର ପରିମିତ ଜାଗାରେ ୩୦୦ ହରିଣ ରହିଥିଲେ। କମ୍ ଜାଗାରେ ଏତେ ପରିମାଣର ହରିଣଙ୍କୁ ରଖିବା ଆଦୌ ଠିକ୍ ନ ଥିଲା। ସେଥିପାଇଁ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ଏବେ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଉଛି।




