କଟକରେ ଜୋରଦାର ଗାଡି ଚେକିଂ

କଟକ : ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୁଲିସ କଡ଼ା ନଜର ରଖିଛି। ବାଇକ, କାର, ଟ୍ରକ, ବସ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଗଜାତ ଯାଞ୍ଚ କରୁଛି। ଏହାସହିତ କେଉଁ ଗାଡ଼ିରେ ବିକଟାଳ […]

କଟକରେ ଜୋରଦାର ଗାଡି ଚେକିଂ
Samaya Live Picture
Published On

କଟକ : ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ଏହା ସହିତ ବିକଟାଳ ହର୍ଣ୍ଣ ସହ ବ୍ଲାକ କାଚ ଆଦି ଗାଡ଼ି ଉପରେ ପୁଲିସ କଡ଼ା ନଜର ରଖିଛି। ବାଇକ, କାର, ଟ୍ରକ, ବସ ଅନ୍ୟାନ୍ୟ ଗାଡ଼ିଗୁଡ଼ିକୁ ଅଟକାଇ ସେଗୁଡ଼ିକର କାଗଜାତ ଯାଞ୍ଚ କରୁଛି। ଏହାସହିତ କେଉଁ ଗାଡ଼ିରେ ବିକଟାଳ ହର୍ଣ୍ଣ ଏବଂ ବ୍ଲାକ କାଚ ଲାଗିଛି ତାହା ମଧ୍ୟ ପୁଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।

Tags: