କଂଗ୍ରେସ ଭବନରେ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରକୋଷ୍ଠ
ଭୁବନେଶ୍ୱର : ସରକାରଙ୍କ ଶକ୍ତିଶ୍ରୀକୁ କାଉଣ୍ଟର କରିବ କଂଗ୍ରେସର ନାରୀ ନ୍ୟାୟ । କଂଗ୍ରେସ ଭବନରେ ମହିଳା ହିଂସାକୁ ନେଇ ଆଜିଠୁ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ । ଗୁରୁବାର ନାରୀ ନ୍ୟାୟ ପୋର୍ଟାଲର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ଓ କଂଗ୍ରେସ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ଯେକୌଣସି ମହିଳା ନିଜର ଅଭିଯୋଗ ‘ନାରୀ ନ୍ୟାୟ’ ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଶୁକ୍ରବାର ଠାରୁ ଏହି ଆପ୍ […]
ଭୁବନେଶ୍ୱର : ସରକାରଙ୍କ ଶକ୍ତିଶ୍ରୀକୁ କାଉଣ୍ଟର କରିବ କଂଗ୍ରେସର ନାରୀ ନ୍ୟାୟ । କଂଗ୍ରେସ ଭବନରେ ମହିଳା ହିଂସାକୁ ନେଇ ଆଜିଠୁ ଖୋଲିଲା ୨୪ ଘଣ୍ଟିଆ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ।
ଗୁରୁବାର ନାରୀ ନ୍ୟାୟ ପୋର୍ଟାଲର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ଓ କଂଗ୍ରେସ ମହିଳା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ଯେକୌଣସି ମହିଳା ନିଜର ଅଭିଯୋଗ ‘ନାରୀ ନ୍ୟାୟ’ ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଶୁକ୍ରବାର ଠାରୁ ଏହି ଆପ୍ କାର୍ଯ୍ୟ କରିବା ସହ ଖୁବ୍ଶୀଘ୍ର ଟୋଲ୍ ଫ୍ରି ନମ୍ବର ଜାରି କରାଯିବ ।
କୌଣସି ମହିଳା ନିର୍ଯାତନାର ଶିକାର ହେଲେ womencellodishpcc@gmail.com ଜରିଆରେ ଇ-ମେଲ୍ କରି କିମ୍ବା QR କୋଡ଼ ସ୍କାନ୍ କରି ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ କଂଗ୍ରେସର ଟିମ୍ ଯାଇ ପୀଡିତାଙ୍କୁ ଭେଟି ତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଓ ପୋଲିସ ଉପରେ ଚାପ ପକାଇବେ ।
ନାରୀ ନିର୍ଯାତନା ବିରୋଧରେ କଂଗ୍ରେସ ତାହାର ସାଇଲେନ୍ସ ମୁଭମେଣ୍ଟ ଜାରି ରଖିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।




