କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ

କେନ୍ଦୁଝର : ବିବାଦୀୟ ମୋଡ଼ରେ କେନ୍ଦୁଝର କଂଗ୍ରେସ I ଟିକେଟ କଟିବା ପରେ କଂଗ୍ରେସ ଛାଡ଼ିଲେ ମୋହନ ହେମ୍ରମ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ମୋହନ ହେମ୍ବ୍ରମ। ଏଆଇସିସି ନିଷ୍ପତି ଲଜ୍ଜିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ମୋହନ । […]

Samaya Live Picture
Published On

କେନ୍ଦୁଝର : ବିବାଦୀୟ ମୋଡ଼ରେ କେନ୍ଦୁଝର କଂଗ୍ରେସ I ଟିକେଟ କଟିବା ପରେ କଂଗ୍ରେସ ଛାଡ଼ିଲେ ମୋହନ ହେମ୍ରମ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ମୋହନ ହେମ୍ବ୍ରମ। ଏଆଇସିସି ନିଷ୍ପତି ଲଜ୍ଜିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ମୋହନ । ପ୍ରଥମେ ଟିକେଟ କାଟି ପରେ କାଟି ଦେବା ନିଷ୍ପତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଇସ୍ତଫା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି,ଯଦି ମୋର ଯୋଗ୍ୟତା ନ ଥିଲା, ତେବେ କାହିଁକି ଟିକେଟ ଦେଇଥିଲେ। ୪୮ ଘଣ୍ଟାରେ ୫୦ ହଜାର ସହ ଖର୍ଚ୍ଚ ବାବଦ ୭ ଲକ୍ଷ ନ ଦେଲେ କୋର୍ଟ ଯିବି ବୋଲି ମୋହନ କହିଛନ୍ତି।୨୦୧୯ ତେଲକୋଇ ବିଧାନସଭା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେତେବେଳେ ମଧ୍ୟ ତାଙ୍କୁ ହଠାତ୍ ଲୋକସଭା ପାଇଁ ଲଢିବାକୁ କୁହାଯାଇଥିଲା । ଏଥର ମଧ୍ୟ ପ୍ରାର୍ଥୀ କରିବା ପାଇଁ ଡକା ଯାଇଥିଲା । ଏବଂ ସେ ସେଥିପାଇଁ ଦଳକୁ ୫୦ହଜାର ଟଙ୍କା ଦେଇଥିବା କହିଛନ୍ତି ।

Tags: