କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ

ଭୁବନେଶ୍ୱର : କଂଗ୍ରେସରେ ଯୋଗ ଦେଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ I ଓଡିଶା କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି I ବିଜେପି ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ I ପୂର୍ବରୁ ମଧ୍ୟ ବିଜେଡିରୁ ଟିକେଟ ନମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ I ସୂଚନାନୁସାରେ,ବରୀର ପୂର୍ବତନ ବିଧାୟକ ଥିଲେ ଦେବାଶିଷ I ବିଜେଡିର ଜଣେ ପୁରୁଖା ନେତା ଭାବରେ ଦେବାଶିଷ […]

Samaya Live Picture
Published On

ଭୁବନେଶ୍ୱର : କଂଗ୍ରେସରେ ଯୋଗ ଦେଲେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ I ଓଡିଶା କଂଗ୍ରେସର ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି I ବିଜେପି ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ I ପୂର୍ବରୁ ମଧ୍ୟ ବିଜେଡିରୁ ଟିକେଟ ନମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ I

ସୂଚନାନୁସାରେ,ବରୀର ପୂର୍ବତନ ବିଧାୟକ ଥିଲେ ଦେବାଶିଷ I ବିଜେଡିର ଜଣେ ପୁରୁଖା ନେତା ଭାବରେ ଦେବାଶିଷ ବେଶ ଜଣାଶୁଣା I ମାତ୍ର ଟିକେଟ ଆବଣତାଙ୍କ ନେଇ ଫେବୃଆରୀ ୨୫ ରେ ୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସେ ସାମିଲ ହୋଇଛନ୍ତି। ବରୀରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ। କିନ୍ତୁ ବିଜେପି ତାଙ୍କୁ ବରୀରୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଛନ୍ତି।

ସୂଚନାନୁସାରେ, ବିଜେଡି ଦଳରୁ ଦେବାଶିଷ ବରୀରୁ ଲଗାତର ୪ ଥର ବିଧାନସଭା ଆସନରେ ବିଜୟୀ ହୋଇଥିଲେ I କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍‌ ନଦେଇ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦେବାଶିଷଙ୍କୁ ଚଳିତ ଥର ମଧ୍ୟ ଟିକେଟ ନଦେବାରୁ ସେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ଵରୀରୁ ଉମାଶଙ୍କର ଦାସଙ୍କ ନାଁ ଘୋଷଣା ପରେ ସେ ନିରାଶ ହୋଇ ଦଳ ଛାଡିଥିବା ସୂଚନା ମିଳିଛି I

Tags: