ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି

ଭୁବନେଶ୍ୱର : ଜୁଲାଇ ୧୧: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ବିଭାଗର ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା ମନୋନୀତ ହୋଇଛନ୍ତି । ୨୦୧୬ରେ ଉପନ୍ୟାସ ‘ଅମ୍ବା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରସ୍କାର ପାଇବେ । ୨୦୧୫ ବର୍ଷ ଲାଗି ଗୀତି କବିତାରେ ‘ପ୍ରତି ପଲକରେ ତୁମେ’ପାଇଁ ମନୋଜ ମହାନ୍ତି ମନୋନୀତ ହୋଇଛନ୍ତି । କ୍ଷୁଦ୍ରଗଳ୍ପ ‘ଉପରମୁହାଁ’ ପାଇଁ ପବିତ୍ର ପାଣିଗ୍ରାହୀ, […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୧୧: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ବିଭାଗର ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା ମନୋନୀତ ହୋଇଛନ୍ତି । ୨୦୧୬ରେ ଉପନ୍ୟାସ ‘ଅମ୍ବା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପୁରସ୍କାର ପାଇବେ ।
୨୦୧୫ ବର୍ଷ ଲାଗି ଗୀତି କବିତାରେ ‘ପ୍ରତି ପଲକରେ ତୁମେ’ପାଇଁ ମନୋଜ ମହାନ୍ତି ମନୋନୀତ ହୋଇଛନ୍ତି । କ୍ଷୁଦ୍ରଗଳ୍ପ ‘ଉପରମୁହାଁ’ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ‘ଗୋଧୂଳି’ ଗୀତ ଲାଗି ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ‘ପଞ୍ଚମାୟା’ଯୁଗ୍ମ ଭାବେ ସଞ୍ଜୟ ହାତୀ ଏବଂ ନାଟୁଆ ଓ ଅନ୍ୟ ନାଟକ ପାଇଁ ନବୀନ କୁମାର ପରିଡ଼ା ପରୁସ୍କାର ପାଇବେ । ପ୍ରବନ୍ଧ ସାହିତ୍ୟ ସମାଲୋଚନା ତା‰ିକ ଓ ପ୍ରୟୋଗିତ ପ୍ରସଙ୍ଗ ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଲୌହ ମାନବ ସର୍ଦ୍ଦାର ପଟେଲ’ ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ ‘ତଥାପି କିଛି ରହିଯିବ’ ବିଜୟ ମହାନ୍ତି, ଶିଶୁ ସାହିତ୍ୟ ‘ଗଛଟିଏ ଶିଶୁଟିଏ’ ପାଇଁ ରବୀନ୍ଦ୍ର ବିଶ୍ୱାଳ ପାଇବେ ପୁରସ୍କାର ।
ସେହିପରି ୨୦୧୬ ବର୍ଷ ପାଇଁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ଉପନ୍ୟାସ ‘ଅମ୍ବା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପାଇବେ ପୁରସ୍କାର । କ୍ଷୁଦ୍ରଗଳ୍ପ ‘ରମାକୁ ମାରିବାର ପାଞ୍ଚଟି ଉପାୟ’ ଦେବଦାସ ଛୋଟରାୟ, କବିତା ‘ଫେରନ୍ତି ଘର’ ଭଗବାନ ଜୟସିଂହ, ନାଟକ ‘ଆତ୍ମଲିପି ଓ ଅନ୍ୟାନ୍ୟ’ ଫକୀର ସିଂହ, ପ୍ରବନ୍ଧ ‘ଆଲୋଚନା ପ୍ରସଙ୍ଗ’ ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ କ୍ଷେତ୍ରରେ ଯୁଗ୍ମ ଭାବେ ସୁରେନ୍ଦ୍ର ମହାରଣା‘ପ୍ରଫେସର ନବୀନ କୁମାର ସାହୁ’ ଏବଂ ପ୍ରଦୋଷ ପଟ୍ଟନାୟକ ‘ଚାଲିଛି ଚାଲିବି ନପଡ଼ିବି ଥକ’, ଅନୁବାଦ‘ମେଘବାହନ’ ଶାରଦା ରଥ, ଶିଶୁ ସାହିତ୍ୟ‘ଚୁଇଁ ଚେଇ’ ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା‘ମିଶ୍ର ରାଗ’ ପାଇଁ ମିଶ୍ର ସତ୍ୟନାରାୟଣ ମନୋନୀତ ହୋଇଛନ୍ତି ।