ଓଲଟି ପଡିଲା ଟ୍ରାକ୍ଟର, ଚାଳକ ସମେତ ୩ ଶ୍ରମିକ ଗୁରୁତର
ବଲାଙ୍ଗୀର : ଟ୍ରାକ୍ଟର ଓଲଟି ୩ ଜଣ ଗୁରୁତର I ଏହି ଘଟଣାଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବାହାଳି ଗାଁରେ ଘଟିଛି I ଚାଷ କାମ କରୁଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର I ଆଉ ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି I ସୂଚନାନୁସାରେ, ଦେଓଗାଁ ବ୍ଲକ ବାହାଳି ଗାଁରେ ଚାଷ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଏହି ଦୁର୍ଘଟଣାରେ ଚାଳକ […]
ବଲାଙ୍ଗୀର : ଟ୍ରାକ୍ଟର ଓଲଟି ୩ ଜଣ ଗୁରୁତର I ଏହି ଘଟଣାଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବାହାଳି ଗାଁରେ ଘଟିଛି I ଚାଷ କାମ କରୁଥିବା ବେଳେ ଓଲଟି ପଡିଲା ଟ୍ରାକ୍ଟର I ଆଉ ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି I
ସୂଚନାନୁସାରେ, ଦେଓଗାଁ ବ୍ଲକ ବାହାଳି ଗାଁରେ ଚାଷ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା I ଏହି ଦୁର୍ଘଟଣାରେ ଚାଳକ ସମେତ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି I ଘଟଣାସ୍ଥଳୁ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି I ସେମାନଂକ ଭିତରେ ଜଣେ ଡ୍ରାଇଭର ଥିଲାବେଳେ ଆଉ ୨ ଜଣ ଚାଷୀ ରହିଛନ୍ତି I ଏହା ସହ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି I




