ଓଡିଶା ହାଇକୋର୍ଟର ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି । ଜଷ୍ଟିସ୍ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ନୂଆ ବିଚାରପତି ଭାବରେ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ପାଠ କରାଇଛନ୍ତି। ଏହି ଦୁଇ ନୂତନ ବିଚାରପତିଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି। ୧୦ ଟାରେ ହାଇକୋର୍ଟର ପୁରୁଣା ବିଲ୍ଡିଂରେ ଥିବା ନୂତନ କନ୍ଫରେନ୍ସ ହଲ […]
କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି । ଜଷ୍ଟିସ୍ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ନୂଆ ବିଚାରପତି ଭାବରେ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ପାଠ କରାଇଛନ୍ତି। ଏହି ଦୁଇ ନୂତନ ବିଚାରପତିଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି। ୧୦ ଟାରେ ହାଇକୋର୍ଟର ପୁରୁଣା ବିଲ୍ଡିଂରେ ଥିବା ନୂତନ କନ୍ଫରେନ୍ସ ହଲ ଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି I
ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।
କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିଏମ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲେ।
୨୦୨୩, ଜାନୁଆରି ୧୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅନ୍ୟ ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାଁ ସୁପାରିସ କରିଥିଲେ। ଏହି ସୁପାରିସ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସହମତ ହୋଇଥିଲେ। ଏହାପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯିବା ସହିତ ଏ ନେଇ ସୁପାରିସ କରାଯାଇଛି।
ଶିବ ଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ ୩ରେ ଜନ୍ମଗ୍ରହଣ କରିଥିଲେ। କୋରାପୁଟର ଜୟପୁର ଲ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ। ୧୯୯୧ରୁ ସେ ସୁପ୍ରିମକୋର୍ଟରେ ଆଇନଜୀବି ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ଭାବେ ଶ୍ରୀ ବେହେରା ୧୯୬୪, ମେ ୨୩ରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶ୍ରୀ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବରେ କାର୍ଯ୍ୟରତ ଅଛନ୍ତି।




