ଓଡିଶା ବଜାରରେ ଡାଲଚିନି ବଦଳରେ ବିକ୍ରି ହେଉଛି ‘କାସିଆ’,ଯାଞ୍ଚ ପାଇଁ ନିର୍ଦେଶ ଦେଲା FSSAI

ଭୁବନେଶ୍ୱର : ଓଡ଼ିଶାରେ ମସଲା ବଜାରରେ ବଢି ଚାଲିଛି ଅପମିଶ୍ରଣ I ବିଶେଷକରି ଅସଲି ମସଲା ବଦଳରେ ନକଲି ସାମଗ୍ରୀ ବଜାରରେ ଛାଇ ଯାଇଛି I ପ୍ୟାକେଟ ମସଲା ଅପମିଶ୍ରଣ ପରେ ବର୍ତ୍ତମାନ ଗୋଟା ମସଲା ମଧ୍ୟ ନକଲି ହେଉଛି I ସେହିପରି ଗରମ ମସଲା ବଜାରରେ ଡାଳଚିନିକୁ ନେଇ ଆସିଛି ଏକ ବଡ଼ ଖବର I ବଜାରରେ ନକଲି ଡାଳଚିନି ଗୋଟା ଓ ପାଉଡର ଆକାରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି । ଡାଲଚିନି […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାରେ ମସଲା ବଜାରରେ ବଢି ଚାଲିଛି ଅପମିଶ୍ରଣ I ବିଶେଷକରି ଅସଲି ମସଲା ବଦଳରେ ନକଲି ସାମଗ୍ରୀ ବଜାରରେ ଛାଇ ଯାଇଛି I ପ୍ୟାକେଟ ମସଲା ଅପମିଶ୍ରଣ ପରେ ବର୍ତ୍ତମାନ ଗୋଟା ମସଲା ମଧ୍ୟ ନକଲି ହେଉଛି I ସେହିପରି ଗରମ ମସଲା ବଜାରରେ ଡାଳଚିନିକୁ ନେଇ ଆସିଛି ଏକ ବଡ଼ ଖବର I ବଜାରରେ ନକଲି ଡାଳଚିନି ଗୋଟା ଓ ପାଉଡର ଆକାରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି । ଡାଲଚିନି ବଦଳରେ ମିଳୁଛି’କାସିଆ’। କିଛି ମୁନାଫାଖୋର ବ୍ୟବସାୟୀ ଡାଳଚିନି ବଦଳରେ କାସିଆକୁ ବ୍ୟବହାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ଆସିଛି। ଏନେଇ ଉଦ୍ବେଗ ପ୍ରକାଶ କରିଛି ଏଫଏସଏସଏଆଇ I ଲୋକମାନେ ମଧ୍ୟ ବର୍ଷ ବର୍ଷ ଧରି କାସିଆ ବ୍ୟବହାର କରୁଥିବା ଜଣାପଡ଼ିଛି ।

ବଜାରରେ ନକଲି ଡାଳଚିନି ବିକ୍ରି ହେଉଥିବା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ବହୁ ଅଭିଯୋଗ ହୋଇଥିଲା । ତେଣୁ ବଜାରରେ ବିକ୍ରି ହେଉଥିବା ଡାଳଚିନିର ଯାଞ୍ଚ କରିବାକୁ ଏଫଏସଏସଏଆଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସାରା ରାଜ୍ୟରେ ବିକ୍ରି ହେଉଥିବା ଡାଳଚିନିର ମାନ ଜାଣିବା ପାଇଁ ନମୂନା ସଂଗ୍ରହ ଆରମ୍ଭ ହୋଇଛି । ଉଭୟ ଖୁଚୁରା ଓ ଷ୍ଟକିଷ୍ଟଙ୍କଠାରୁ ନମୂନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ କିଛିଦିନ ଭିତରେ ଏହି ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି ।

ଡାଳଚିନି ତୁଳନାରେ କାସିଆ ଶସ୍ତା। ତେବେ ଦୁଇଟି ଯାକ ସାମଗ୍ରୀ ଦେଖିବାକୁ ଏକାଭଳି ହୋଇଥିବା ବେଳେ କାସିଆ ଆମ ଶରୀର ପାଇଁ ଖରାପ ହୋଇଥାଏ । ୨୦୧୬ ମସିହା ନଭେମ୍ବରରେ ଏଫଏସଏସଏଆଇ ପକ୍ଷରୁ ଡାଳଚିନିକୁ ନେଇ ସଂଶୋଧିତ ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା । ଡାଳଚିନିରେ କୌମେରିନ ସ୍ତର ୦.୨ ପ୍ରତିଶତ ରହିଥିବା ବେଳେ କାସିଆରେ ୧୦.୬୩ ପ୍ରତିଶତ ରହିଥିବା ଜଣାପଡ଼ିଥିଲା । ରିପୋର୍ଟ ଆସିବା ପରେ କାସିଆକୁ ଲୋକେ କିପରି ଚିହ୍ନିପାରିବେ ସେନେଇ ସଚେତନ କରାଯିବ ବୋଲି କୁହାଯାଇଛି ।

Tags: