ଓଡିଶା ଆସୁଛି ବିଜୁ ବାବୁଙ୍କ ଡାକୋଟା

ଭୁବନେଶ୍ୱର : ଆଜି ଓଡିଶା ଆସୁଛି ବହୁ ଚର୍ଚ୍ଚିତ ବିଜୁ ବାବୁଙ୍କ ଡାକୋଟା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ଆସି ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଲୋଡିଂ କାର୍ଯ୍ୟ ବିଳମ୍ବ ଯୋଗୁଁ ଗତକାଲି ପରିବର୍ତ୍ତେ ଆଜି ପହଞ୍ଚିବ। ଏହି ଡାକୋଟା ଯୋଗେ ବିଜୁ ବାବୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡଚଙ୍କ କବଳରୁ ଉଦ୍ଧାର କରିଥିଲେ । ତା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଓଡିଶା ଆସୁଛି ବହୁ ଚର୍ଚ୍ଚିତ ବିଜୁ ବାବୁଙ୍କ ଡାକୋଟା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ଆସି ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଲୋଡିଂ କାର୍ଯ୍ୟ ବିଳମ୍ବ ଯୋଗୁଁ ଗତକାଲି ପରିବର୍ତ୍ତେ ଆଜି ପହଞ୍ଚିବ। ଏହି ଡାକୋଟା ଯୋଗେ ବିଜୁ ବାବୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡଚଙ୍କ କବଳରୁ ଉଦ୍ଧାର କରିଥିଲେ ।

ତା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ । ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ କରୁଥିଲେ, ସେତେବେଳର ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକ । ଏହି ବିମାନଟି କୋଲକାତାର ବିମାନବନ୍ଦର ଏକ ଜରାଜୀର୍ଣ୍ଣ ସ୍ଥାନରେ ପଡିରହିଥିଲା।

ରାଜ୍ୟ ସରକାରଙ୍କ ବହୁ ଚେଷ୍ଟା ଫଳରେ ଆଜି ଓଡିଶା ଆସୁଛି ଡାକୋଟା। ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଯେଉଁ ରାଜ୍ୟ ସରକାର ବିଜୁ ବାବୁଙ୍କ ନାଁ ନେଇ ଦୁଇ ଦଶନ୍ଧି ଧରି ଶାସନରେ ଅଛନ୍ତି ତାଙ୍କ ନାଁ ନେଇ ସଭା ସମିତିରେ ଅଭିଭାଷଣ ରଖୁଛନ୍ତି ହେଲେ ତାଙ୍କ ପ୍ରିୟ ଡାକୋଟା ଆଣିବାରେ ଏତେ ବିଳମ୍ବ କାହିଁକି ।

Tags: