ଓଡିଶାରୁ କରୋନାର ନୂଆ ଭାରିଏଣ୍ଟ BF.7 ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ବିଏଫ.୭ ଆକ୍ରାନ୍ତ ଚିହ୍ନଟ I ଦେଶରେ ଏପର୍ଯ୍ୟନ୍ତ ଏହି ନୂଆ ଭାରିଏଣ୍ଟ ରେ ମୋଟ ୩ ଜଣ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ ଏବଂ ଗୁଜରାଟରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ଖବର ପ୍ରକାଶ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ପଷ୍ଟ କରିଛି। ତେବେ ଓଡିଶାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ହେଉଛନ୍ତି ଖୋର୍ଦ୍ଧାର ଜଣେ ମହିଳା I ସେ ଗତ ସେପ୍ଟେମ୍ବର […]
ଭୁବନେଶ୍ୱର : ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ବିଏଫ.୭ ଆକ୍ରାନ୍ତ ଚିହ୍ନଟ I ଦେଶରେ ଏପର୍ଯ୍ୟନ୍ତ ଏହି ନୂଆ ଭାରିଏଣ୍ଟ ରେ ମୋଟ ୩ ଜଣ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ଜଣେ ଏବଂ ଗୁଜରାଟରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ଖବର ପ୍ରକାଶ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ପଷ୍ଟ କରିଛି। ତେବେ ଓଡିଶାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ହେଉଛନ୍ତି ଖୋର୍ଦ୍ଧାର ଜଣେ ମହିଳା I ସେ ଗତ ସେପ୍ଟେମ୍ବର ୩୦ତାରିଖରେ ସେ ଏଥିରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କର ନମୁନା ସଂଗ୍ରହ କରାଯାଇ ଜିନମ ସିକୁଏନସିଂ ନିମନ୍ତେ ଆରଏମ୍ଆରସିକୁ ପଠାଯାଇଥିଲା। ନମୁନା ବିବରଣୀରୁ ସେ ବିଏଫ.୭ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେ ଆମେରିକାରେ ରହୁଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଗତ ୩ମାସ ମଧ୍ୟରେ ଏଭଳି କୌଣସି ଭାରିଏଂଟ ଚିହ୍ନଟ ହୋଇନି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚୀନ ସମେତ ଆମେରିକା, ଜାପାନ, ଉତ୍ତରକୋରିଆ, ବ୍ରାଜିଲରେ ବିଏଫ.୭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମୀକ୍ଷା ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି। ଚିଠି ପାଇବା ପରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରତି ଜିଲାର ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଗତ ଜୁନ୍ରେ ଜାରି କରାଯାଇଥିବା ସଂଶୋଧିତ ସର୍ବେକ୍ଷଣ ନୀତି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନାନୁସାରେ ବର୍ତ୍ତମାନ ଚିନ୍ରେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କଲାଣି । ଓମିକ୍ରନ୍ର ନୂଆ ଭାରିଆଣ୍ଟ BF.7 ସଂକ୍ରମିତ ଙ୍କ ସଂଖ୍ୟା ମାଡି ମାଡି ଚାଲିଛି I ପ୍ରତିଦିନ ହଜାର ହଜାର ସଂକ୍ରମିତ ହେବ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି I ସେଠାରେ ଏମିତି ସ୍ଥିତି ଯେ,ଶେଷକୃତ୍ୟ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଲାଇନ୍ । ପଡୋଶୀ ଦେଶ ଏହି ପରିସ୍ଥିତି ଦେଖି,ଭାରତର ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଦେଶରେ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।




