ଓଡିଆ ବିଶ୍ବବିଦ୍ୟାଳୟ ନୂତନ ସୌଧର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସାକ୍ଷୀଗୋପାଳ : ବହୁ ପ୍ରତିକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ I ସତ୍ୟବାଦୀ ଠାରେ ଅବସ୍ଥିତ ବିଶ୍ବବିଦ୍ୟାଳୟ ନୂତନ ସୌଧକୁ ଭର୍ଚ୍ୟୁଆଲ ମୋଡ଼ରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱବିଦ୍ୟାଳୟର ପରିସରକୁ ଆଲୋକମାଳାରେ ସଜାଯାଇଛି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସଭାସ୍ଥଳର ଆୟୋଜନ କରାଯାଇଛି। ପ୍ରାୟ ୩ୟଓ କୋଟି ତାଙ୍କ ଖର୍ଚରେ ୯ ଏକର ଜାଗାରେ ଏହି ଓଡିଆ ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ […]
ସାକ୍ଷୀଗୋପାଳ : ବହୁ ପ୍ରତିକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ I ସତ୍ୟବାଦୀ ଠାରେ ଅବସ୍ଥିତ ବିଶ୍ବବିଦ୍ୟାଳୟ ନୂତନ ସୌଧକୁ ଭର୍ଚ୍ୟୁଆଲ ମୋଡ଼ରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱବିଦ୍ୟାଳୟର ପରିସରକୁ ଆଲୋକମାଳାରେ ସଜାଯାଇଛି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସଭାସ୍ଥଳର ଆୟୋଜନ କରାଯାଇଛି।
ପ୍ରାୟ ୩ୟଓ କୋଟି ତାଙ୍କ ଖର୍ଚରେ ୯ ଏକର ଜାଗାରେ ଏହି ଓଡିଆ ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଓଡିଆ ବିଶ୍ବବିଦ୍ୟାଳୟର ନୂତନ ସୌଧ ଲୋକାର୍ପଣ କରି ମୁଁ ବହୁତ୍ ଖୁସି। ଓଡିଆ ଭାଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇଛନ୍ତି। ଫେବୃଆରୀ ୩ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ,ଯାହା ସାରା ଓଡିଆ ଜାତି ପାଇଁ ଗୌରବର କଥା । ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ । ଏହି ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ ।




