ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଆସିଛି ଏକ ଦୁଖଦଃ ଖବର । ଓଡ଼ିଆ ସାହିତ୍ୟର ସାରସ୍ୱତ ସାଧକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା I ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠା ରାଉତ, ଝିଅ ପ୍ରାଚୁର୍ଯ୍ୟା ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ I ସେ ୧୬ ତାରିକ ଦିନ […]
ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଆସିଛି ଏକ ଦୁଖଦଃ ଖବର । ଓଡ଼ିଆ ସାହିତ୍ୟର ସାରସ୍ୱତ ସାଧକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା I ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠା ରାଉତ, ଝିଅ ପ୍ରାଚୁର୍ଯ୍ୟା ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ I ସେ ୧୬ ତାରିକ ଦିନ ଏକ ସଡକ ଦୁର୍ଘଟଣାର ଶୀକାର ହୋଇ କିଛି ଦିନ ଧରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସେ ଖୁବ ଭଲ ପାଉଥିଲେ ଏବଂ ଏହାକୁ ନୂଆ ଦିଗ ଦେବାରେ ସେ ପ୍ରଚେଷ୍ଟା ଜାରି ରଖିଥିଲେ । ସେ ପେସାରେ ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ବରରେ ଦକ୍ଷତାର ସହ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବୃତ୍ତିରେ ସେ ପ୍ରଶାସନିକ ଅଧିକାରୀ ହୋଇଥିଲେ ବି ନିଶା ଥିଲା ତାଙ୍କର ସାରସ୍ବତ ସାଧନା। ତାଙ୍କର କବିତା ଗ୍ରନ୍ଥ ‘ଏକାବନ କବିତା, ମିନି କବିତା ‘ଭୁଲିପାରୁନି ବୋଲି, ଗୀତ ବହି ‘ହୃଦୟ ସଂଗୀତ, ଗଳ୍ପ ବହି ‘ଗପସପ, ‘ଅଜନ୍ତା ଏଲୋରା ପରୀ, ହୃଦୟ ମାଗୁଥିବା ଝିଅ, ନାଟକ ବହି ‘ନାଟ୍ୟଶାଳା, ଇଂରାଜୀ ନାଟକ ‘ମିଷ୍ଟ୍ରି ଅଫ ବ୍ରୋଙ୍କ ଟ୍ରଙ୍କ ଆଦି ପାଠକୀୟ ସ୍ବୀକୃତି ହାସଲ କରିଥିଲା। ଏହା ବ୍ୟତୀତ ଅନେକ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ନିୟମିତ ଲେଖା ପ୍ରକାଶ ପାଉଥିଲା। ଉଲ୍ଲେଖନୀୟ ଯେ ସାରସ୍ବତ ସାଧନା ପାଇଁ ପ୍ରବୋଧଙ୍କୁ କଟକ ଆକାଶବାଣୀ ସମେତ ବହୁ ସାରସ୍ବତ ଅନୁଷ୍ଠାନ ଦ୍ବାରା ସମ୍ମାନ ଓ ସମ୍ବର୍ଦ୍ଧିତ କରାଯାଇଛି।ପ୍ରବୋଧଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଦେହାନ୍ତରେ ଓଡ଼ିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି I




