ଓଡ଼ିଶାରେ ୧୬ ଟି ଜିଲ୍ଲାରେ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ନେଇ ଗତକାଲି ଠାରୁ ଦୁଇ ଦିନିଆ ମକଡ୍ରିଲ୍ ଆରମ୍ଭ ହୋଇଛି । ଦେଶରେ କରୋନା ର ନୂଆ ନୂଆ ପ୍ରଜାତି କାୟା ବିସ୍ତାର କରୁଥିବାବେଳେ,ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବାଡ଼ିଚାଲିଛି ସଂକ୍ରାମିତଙ୍କ ସଂଖ୍ୟା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି। ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୭୩୧ କୁ ବୃଦ୍ଧି […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ନେଇ ଗତକାଲି ଠାରୁ ଦୁଇ ଦିନିଆ ମକଡ୍ରିଲ୍ ଆରମ୍ଭ ହୋଇଛି । ଦେଶରେ କରୋନା ର ନୂଆ ନୂଆ ପ୍ରଜାତି କାୟା ବିସ୍ତାର କରୁଥିବାବେଳେ,ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବାଡ଼ିଚାଲିଛି ସଂକ୍ରାମିତଙ୍କ ସଂଖ୍ୟା I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଛି। ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୭୩୧ କୁ ବୃଦ୍ଧି ପାଇ ଥିବାନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତକାଲି ରାଜ୍ୟରେ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରେ ଏବେ ଲକ୍ଷଣଯୁକ୍ତ ହେବା ଲୋକଙ୍କ ସଂଖ୍ୟା କମ୍ ରହିଛି। ଲହର କେତେଦିନ ରହିବ, ତାହା ଆକଳନ କରି ହେବନି। ବର୍ତ୍ତମାନ ୧୬ ଜିଲ୍ଲାରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଲହର ଆସିଲେ ସଂଖ୍ୟା ବଢ଼ିବ। ଯେଉଁ ରାଜ୍ୟରେ କୋଭିଡ ସଂଖ୍ୟା ବଢୁଥିଲା, ଏବେ ସେଠି କମିଲାଣି। ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିଲା ବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି। ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ । ଏବେ ରାଜ୍ୟରେ କେସ ସଂଖ୍ୟା ବଢୁଛି, ତାହା ଅବଶ୍ୟ ସତ୍ୟ। ତେବେ ଆମେ ଲୋକଙ୍କୁ ଅପିଲ୍ କରୁଛୁ ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ । ଅବେହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ହୋମ୍ଆଇ ସୋଲେସନରେ ରହିବା ସହ ଲକ୍ଷଣ ଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ବୋଲି ଜନସ୍ବାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ।

Tags: