ଓଡ଼ିଶାରେ ୧୩୮୪ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧

ଭୁବନେଶ୍ୱର : ଅଗଷ୍ଟ ୪: ଓଡ଼ିଶାରେ ୨୪ ଘଂଟାରେ ୧୩୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୮୮୯ ଟି Quarantine Case ଥିବାବେଳେ, ୪୯୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ, ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧ ରେ ପହଂଚିଛି I ଅନୁଗୁଳ ରୁ ୧୪ ଜଣ, ବାଲେଶ୍ୱର ରୁ ୩୭ ଜଣ, ବରଗଡ ରୁ ୧୦ ଜଣ, ଭଦ୍ରକ ରୁ ୪୦ […]

Samaya Live Picture
Published On

ଭୁବନେଶ୍ୱର : ଅଗଷ୍ଟ ୪: ଓଡ଼ିଶାରେ ୨୪ ଘଂଟାରେ ୧୩୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୮୮୯ ଟି Quarantine Case ଥିବାବେଳେ, ୪୯୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ, ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧ ରେ ପହଂଚିଛି I
ଅନୁଗୁଳ ରୁ ୧୪ ଜଣ, ବାଲେଶ୍ୱର ରୁ ୩୭ ଜଣ, ବରଗଡ ରୁ ୧୦ ଜଣ, ଭଦ୍ରକ ରୁ ୪୦ ଜଣ, ବଲାଙ୍ଗୀର ରୁ ୫ ଜଣ, ବୌଦ ରୁ ୨ ଜଣ, କଟକ ରୁ ୧୨୧ ଜଣ, ଢେଙ୍କାନାଳ ରୁ ୫୧ ଜଣ, ଗଜପତି ରୁ ୩୮ ଜଣ, ଗଂଜାମ ରୁ ୨୮୮ ଜଣ, ଜଗତସିଂହପୁର ରୁ ୨୦ ଜଣ, ଯାଜପୁର ରୁ ୩୯ ଜଣ, ଝାରସୁଗୁଡା ରୁ ୩ ଜଣ, କଳାହାଣ୍ଡି ରୁ ୪୭ ଜଣ, କନ୍ଧମାଳ ରୁ ୬୨ ଜଣ, କେନ୍ଦ୍ରାପଡ଼ା ରୁ ୧୨ ଜଣ, କେନ୍ଦୁଝର ରୁ ୬୬ ଜଣ, ଖୋର୍ଦ୍ଧା ରୁ ୨୦୧ ଜଣ, କୋରାପୁଟ ରୁ ୪୯ ଜଣ, ମାଲକାନଗିରି ରୁ ୩୪ ଜଣ, ମୟୁରଭଞ୍ଜ ରୁ ୨୮ ଜଣ, ନବରଙ୍ଗପୁର ରୁ ୨ ଜଣ, ନୟାଗଡ ରୁ ୩୧ ଜଣ, ନୂଆପଡା ରୁ ୩ ଜଣ, ପୁରୀ ରୁ ୩୪ ଜଣ, ସମ୍ବଲପୁର ରୁ ୮୨ ଜଣ, ସୁନ୍ଦରଗଡ ରୁ ୬୪ ଜଣ ଏବଂ ସୋନପୁର ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ ଗତ କାଲି ସୁଦ୍ଧା ୨୩ ହଜାର ୭୪ ଜଣ ସୁସ୍ଥ ହେଇଥିବା ବେଳେ ୧୪,୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ କରୋନା ରେ ୨୧୬ ଜଣଙ୍କର ମୃତ୍ୟୁ ହେଇଛି I