ଓଡ଼ିଶାରେ ଦେଖାଯାଇଛି କଳାବାଘ ପରିବାର

ଭୁବନେଶ୍ୱର : ଓଡ଼ିଶା ଜଙ୍ଗଲରେ ଦେଖା ଯାଇଛି କଳା ବାଘ ପରିବାର I ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି ବିରଳ କଳାବାଘ ଏକାଥରକେ ବୁଲୁଥିବା ଦେଖାଯାଇଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ଲେଖିଛନ୍ତି। […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶା ଜଙ୍ଗଲରେ ଦେଖା ଯାଇଛି କଳା ବାଘ ପରିବାର I ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି ବିରଳ କଳାବାଘ ଏକାଥରକେ ବୁଲୁଥିବା ଦେଖାଯାଇଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏକ ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ଲେଖିଛନ୍ତି।

ଶିମିଳିପାଳ ଅଭୟାରଣ୍ୟାରେ ହିଁ କେବଳ ୧୦ଟି ମେଲାନିଷ୍ଟକ୍‌ ବାଘ ରହିଥିବା ନେଇ ଡିସେମ୍ବରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ। ଭିଡିଓରୁ ୪ଟି ଯାକ ମହାବଳ ବାଘ ବୋଲି ଜଣାପଡ଼ୁଛି। ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ଭାବେ ବିବେଚନା କରାଯାଉଥିବାବେଳେ ଏହି ଭିଡିଓଟି ଶିମଳିପାଳର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ବାଘ ଗଣନା ଚାଲୁଥିବା ବେଳେ ଗତବର୍ଷ ନଭେମ୍ବର ୨୯ରେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖାଯାଇଥିଲା। ଏହାପରେ ଡିସେମ୍ବର ୨ରେ ୨ଟି କଳାବାଘ ଦେଖାଯାଇଥିଲା। ତେବେ ସେହି ଦୁଇଟିଯାକ ମହାବଳ ବାଘ ବୋଲି ଫଟୋରୁ ସ୍ପଷ୍ଟ ହୋଇଥିବାବେଳେ ସେହି ସ୍ଥାନ ଶିମିଳିପାଳର ବୋଲି ଅନୁମାନ କରାଯାଇଥିଲା। ଅପରପକ୍ଷେ ବାରମ୍ବାର ଏହି କଳା ବାଘ ଦେଖାଯିବା ଭଲ ଖବର ନୁହେଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।

Tags: