ଓଟିଇଟି -୨୦୨୨ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି ) ୨୦୨୨ର ଫଳ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି-୧ ଏବଂ ଓଟିଇଟି-୨ ର ପରୀକ୍ଷାଫଳ ବିଏସଇର ୱେବସାଇଟ-www.bseodisha.ac.in ରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ପରୀକ୍ଷାର୍ଥୀମାନେ ୱେବସାଇଟକୁ ଯାଇ ସେମାନଙ୍କ ରୋଲ ନମ୍ବର ଏବଂ ମୋବିଲେ ନମ୍ବର ଦେଇ ପରୀକ୍ଷା ଫଳ ଜାଣି ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି I ଚଳିତ ଥର ଦୁଇଟିଯାକ […]
ଭୁବନେଶ୍ୱର : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ଓଟିଇଟି ) ୨୦୨୨ର ଫଳ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି-୧ ଏବଂ ଓଟିଇଟି-୨ ର ପରୀକ୍ଷାଫଳ ବିଏସଇର ୱେବସାଇଟ-www.bseodisha.ac.in ରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ । ପରୀକ୍ଷାର୍ଥୀମାନେ ୱେବସାଇଟକୁ ଯାଇ ସେମାନଙ୍କ ରୋଲ ନମ୍ବର ଏବଂ ମୋବିଲେ ନମ୍ବର ଦେଇ ପରୀକ୍ଷା ଫଳ ଜାଣି ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି I
ଚଳିତ ଥର ଦୁଇଟିଯାକ ପେପରରେ ସମୁଦାୟ ୩୪ ହଜାର ୩୩୨ ଜଣ ପାସ କରିଥିବା ସୂଚନା ମିଳିଛି I ପେପର -୧ରେ ୧୮ ହଜାର ୯୭୦ ଜଣ ପାସ କରିଥିବାବେଳେ ପେପର-୨ରେ ୧୫ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ପାସ କରିଥିବା ସୂଚନା ମିଳିଛି ଇ ୨୦୨୧ ଓଟିଇଟି ତୁଳନାରେ ୨୦୨୨ ଓଟିଇଟିରେ ପାସ ହାର ଅଧିକ ରହିଛି I ତେବେ ୨୦୨୨ ରେ ପାସ ପରୀକ୍ଷାର୍ଥୀଙ୍କ ଠାରୁ ଫେଲ ହାର ଅଧିକ ରହିଥିବା ଜଣ ପଡିଛି I ୨ଟି ଯାକ ପେପରରେ ସମୁଦାୟ ୫୦ ହଜାର ୧୮ ଜଣ ପରୀକ୍ଷାର୍ଥୀ ଫେଲ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି I
ସୂଚନାଯୋଗ୍ୟ ଯେ, ଥରେ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ – ଓଟିଇଟିରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଓଟିଇଟିର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି । ଯେଉଁ ପ୍ରାର୍ଥୀ ଥରେ ଓଟିଇଟିରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।




