ଓଏଏସ ସ୍ତରରେ ଅଦଳ ବଦଳ
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ I ୫୩ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର I ଗତ ୭ଦିନ ମଧ୍ୟରେ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି । ରାଜସ୍ବ ଓ ବିପର୍ଯୟ ପ୍ରଶମନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଇ ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର,ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି । ଏହି ସମସ୍ତ ଅଫିସରଙ୍କୁ ଗତକାଲି […]
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ I ୫୩ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର I ଗତ ୭ଦିନ ମଧ୍ୟରେ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି । ରାଜସ୍ବ ଓ ବିପର୍ଯୟ ପ୍ରଶମନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଇ ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର,ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି । ଏହି ସମସ୍ତ ଅଫିସରଙ୍କୁ ଗତକାଲି ୨୪ତାରିଖରେ ବଦଳି ନିର୍ଦ୍ଦେଶ ସହ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପଂଚାୟତିରାଜ ବିଭାଗ ପକ୍ଷରୁ ୨୯ଜଣ ଓଏଏସଙ୍କୁ ବିଡିଓ ଭାବେ ବଦଳି କରାଯାଇଥିଲା । ସେହିପରି ରାଜସ୍ୱ ବିଭାଗ ମଧ୍ୟ ୨୨୦ଜଣ ବିଡିଓଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଆଦି ଭାବେ ବଦଳି କରିଥିଲା ।
ସେହିପରି ଆଜି ରାଜସ୍ୱ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଉ ୧୪ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି । ଏହି ଅଫିସର ମାନଙ୍କୁ ୨୫ ତାରିଖ ସୁଦ୍ଧା ନିଶ୍ଚିତ ଭାବରେ ନୂତନ କର୍ମ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ ନିର୍ଦେଶ ରହିଛି I




