ଓଏଏସ ରେଜଲ୍ଟ ପ୍ରକାଶିତ
ଭୁବନେଶ୍ୱର :ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ୨୦୨୧ ପରୀକ୍ଷା ଫଳ । ବସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି । ସେହିପରି ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନ ଅଧିକାର କରି ଥିବାବେଳେ ଯଥାକ୍ରମେ ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା, ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା । ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଥିବାବେଳେ ଅଷ୍ଟମ, […]
ଭୁବନେଶ୍ୱର :ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍) ୨୦୨୧ ପରୀକ୍ଷା ଫଳ । ବସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି । ସେହିପରି ପରୀକ୍ଷାରେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନ ଅଧିକାର କରି ଥିବାବେଳେ ଯଥାକ୍ରମେ ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା, ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା । ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଥିବାବେଳେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଅଛନ୍ତି ଯଥାକ୍ରମେ ମୀମାଂସା ସାହୁ,ବିନ୍ଦୁ ବଳୟ ରାଉତରାୟ, ସୌମ୍ୟରଂଜନ ମହାପାତ୍ର । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୧୬୪ ମହିଳାଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।




