ଏନ୍ଫୋର୍ସମେଣ୍ଟ ସ୍କ୍ୱାଡର ଚଢାଉ; ରାଜଧାନୀରେ ୧୫ ଶୋରୁମ୍ ସିଲ୍
ଭୁବନେଶ୍ୱର, (ସବୁ୍ୟ) : ଜୁନ ୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡ୍ଲାଇନ ଜାରି କରିଛନ୍ତି । ତେବେ ଏହି ଗାଇଡଲାଇନ୍କୁ ଫୁ କରିଦେଇଛନ୍ତି ରାଜଧାନୀର ବହୁ ଦୋକାନ । ଦିନକପରେ ରଜ ଆରମ୍ଭ ହୋଇଥିବାରୁ ବିଭିନ୍ନ ଦୋକାନ ଗୁଡିକରେ ଗହଳି ଲାଗି ରହିଛି । କିନ୍ତୁ କେହିବି ସାମାଜିକ ଦୂରତ୍ୱ ଅବଲମ୍ବନ କରୁନାହାନ୍ତି । ଉଭୟ ଦୋକନୀ ଓ ଗ୍ରାହକ ସାମାଜିକ ଦୂରତ୍ୱକୁ ପାଦରେ ଦଳିଦେଇଥିବା ଦେଖିବାକୁ ମିଳିଛି । ଫଳରେ […]
ଭୁବନେଶ୍ୱର, (ସବୁ୍ୟ) : ଜୁନ ୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡ୍ଲାଇନ ଜାରି କରିଛନ୍ତି । ତେବେ ଏହି ଗାଇଡଲାଇନ୍କୁ ଫୁ କରିଦେଇଛନ୍ତି ରାଜଧାନୀର ବହୁ ଦୋକାନ । ଦିନକପରେ ରଜ ଆରମ୍ଭ ହୋଇଥିବାରୁ ବିଭିନ୍ନ ଦୋକାନ ଗୁଡିକରେ ଗହଳି ଲାଗି ରହିଛି । କିନ୍ତୁ କେହିବି ସାମାଜିକ ଦୂରତ୍ୱ ଅବଲମ୍ବନ କରୁନାହାନ୍ତି । ଉଭୟ ଦୋକନୀ ଓ ଗ୍ରାହକ ସାମାଜିକ ଦୂରତ୍ୱକୁ ପାଦରେ ଦଳିଦେଇଥିବା ଦେଖିବାକୁ ମିଳିଛି । ଫଳରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡପକ୍ଷରୁ ୧୫ଟି ଦୋକାନ ସିଲ୍ କରାଯାଇଛି ।
ରବିବାର ପହିଲି ରଜ । ଦୁଇଦିନ ପୂର୍ବରୁ ସହରବାସୀ ଲୁଗାପଟା ଏବଂ ଆନୁଷାଙ୍ଗିକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ କୋଭିଡ-୧୯ ମାର୍ଗଦର୍ଶିକା ଜାରି କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଗୁରୁବାର ଏହି ଗାଇଡଲାଇନ୍କୁ ଉଲ୍ଲଘଂନ କରୁଥିବା ବିଡିଏ ଓ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଜାଣିବାକୁ ପାଇଥିଲା । ଅପରାହ୍ନରେ ମିଳିତ ଏନ୍ଫୋର୍ସମେଣ୍ଟ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିବାରୁ ସାମାଜିକ ଦୂରତା ଅବଲମ୍ବନ ନକରି ଗ୍ରାହକମାନେ କିଣାକିଣି କରୁଥିଲେ । ଜନପଥରେ ଥିବା ଅମ୍ବର ସୋରୁମ୍ ମଧ୍ୟରେ ନାହିଁନଥିବା ଭିଡ ହୋଇଥିବାରୁ ସୋରୁମ୍ ଟିକୁ ସ୍କ୍ୱାଡ୍ ସିଲ୍ କରିଥିଲା । ପରେ ରବି ଟକିଜ୍ ନିକଟରେ ଥିବା ଭାଇଭାଇ ଟିଫନ୍ ଷ୍ଟଲ, ଏକ୍ରାମ ରୋଡରେ ଥିବା ଓମ୍ଫେଡ୍ ବୁଥ୍, ସହିଦନଗରରେ ଥିବା ସ୍ପୋର୍ଟ୍ସ ଏମ୍ପୋରିୟମ୍, ଫାବ୍ଇଣ୍ଡିଆ ସୋରୁମ୍, ଲିଙ୍ଗରାଜ ଲସି ଏବଂ ଦୁଇଟି ଛୋଟ ହୋଟେଲ, ଇନ୍ଦ୍ରଧନୁ ମାର୍କେଟରେ ଥିବା ଭିସାଲ ମେଗାମାର୍ଟ , କଳ୍ପନା ଛକରେ ଥିବା ବିନୋଦ ଟେକ୍ସଟାଇଲ୍ସ, ମା ତାରିଣୀ ସୋରୁମ୍, ଚକେଇସିଆଣିରେ ଗୋଟିଏ ଷ୍ଟେନ୍ନାରୀ ଦୋକାନ ଏବଂ ଲୁଗାଦୋକାନଗୁଡିକୁ ବିଡିଏ ସିଲ୍ କରିବା ସହ ଜରିମାନା ଆଦାୟ କରିଛି ।




