ଏଥର ଫିକା ପଡିବ ରଜ ମଉଜ

ଭୁବନେଶ୍ୱର : ଚଳିତ ବର୍ଷ ହେବନାହିଁ ରଜ ପାଗ I ଅସହ୍ୟ ଗୁଳୁଗୁଳି ଗରମରେ ଫିକା ପଡିବ ରଜ ସଜବାଜ I କାରଣ ଚଳିତ ବର୍ଷ ରଜ ପରେ ଓଡିଶା ଛୁଇଁବ ମୌସୁମୀ I ତେଣୁ ରଜ ବେଳକୁ ଝିପି ଝିପି ବର୍ଷା ବଦଳରେ ଅସହ୍ୟ ଗରମ ଅନୁଭୂତ ହେବ I ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସୁଦ୍ଧା ସାରା କେରଳ ଓ ତାମିଲନାଡୁରେ ମୌସୁମୀ […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ହେବନାହିଁ ରଜ ପାଗ I ଅସହ୍ୟ ଗୁଳୁଗୁଳି ଗରମରେ ଫିକା ପଡିବ ରଜ ସଜବାଜ I କାରଣ ଚଳିତ ବର୍ଷ ରଜ ପରେ ଓଡିଶା ଛୁଇଁବ ମୌସୁମୀ I ତେଣୁ ରଜ ବେଳକୁ ଝିପି ଝିପି ବର୍ଷା ବଦଳରେ ଅସହ୍ୟ ଗରମ ଅନୁଭୂତ ହେବ I ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସୁଦ୍ଧା ସାରା କେରଳ ଓ ତାମିଲନାଡୁରେ ମୌସୁମୀ ବାୟୁ ପହଞ୍ଚିଥିଲେ ମଧ୍ୟ ଏହା ୭ ଦିନ ବିଳମ୍ବରେ ପହଞ୍ଚିଛି । ଉତ୍ତର ପୂର୍ବ ଭାରତର ଅଧିକାଂଶ ଅଞ୍ଚଳକୁ ମଧ୍ୟ ମୌସୁମୀ ବାୟୁ ଛୁଇଁଛି ବୋଲି ଆଇଏମଡି ଡିଜି କହିଛନ୍ତି।

ସେହିପରି ଓଡ଼ିଶାକୁ ଜୁନ ୧୨ ସୁଦ୍ଧା ମୌସୁମୀ ଆସିଥାଏ କିନ୍ତୁ ଏଥର ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । ୧୫ କିମ୍ବା’ତା ପରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଓଡ଼ିଶାକୁ କେବେ ଛୁଇଁବ ତାହା ପୂର୍ବାନୁମାନ ହୋଇପାରିନି । ଆଗାମୀ ୨ରୁ ୩ ଦିନରେ ସ୍ପଷ୍ଟ ହେବ ।

ସେପଟେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଟ୍ୱିଟ୍ କରି କୁହାଯାଇଛି ଯେ ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବାବେଳେ ୩ ରୁ ୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ଅଧିକ ରହିବା ସମ୍ଭାବନା ରହିଛି।

Tags: