ଏଣିକି ୬ ବର୍ଷରେ ରେ ହେବ ପ୍ରଥମ ଶ୍ରେଣୀ ନାମଲେଖା
ଭୁବନେଶ୍ୱର : ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଶିଶୁଙ୍କ ନିମନ୍ତେ ୬ ବର୍ଷ ରହିବ ସର୍ବନିମ୍ନ ବୟସ ସୀମା I ୨୦୨୪-୨୫ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ I ନୂତନ ଜାତୀୟ ଶିକ୍ଷାନୀତି ଓ ଆର୍ଟିଇ ନିୟମ ଅନୁଯାୟୀ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସାଶିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ଓ […]
ଭୁବନେଶ୍ୱର : ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଶିଶୁଙ୍କ ନିମନ୍ତେ ୬ ବର୍ଷ ରହିବ ସର୍ବନିମ୍ନ ବୟସ ସୀମା I ୨୦୨୪-୨୫ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ I ନୂତନ ଜାତୀୟ ଶିକ୍ଷାନୀତି ଓ ଆର୍ଟିଇ ନିୟମ ଅନୁଯାୟୀ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସାଶିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ବିଜ୍ଞପ୍ତି ବା ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ନାମ ଲେଖା ହେବ I ଏହି ନିୟମକୁ କଡାକଡି କରିବାକୁ କୁହାଯାଇଛି I




