ଏଣିକି ରବିବାର ଖୋଲା ରହିବ ଆହାର କେନ୍ଦ୍ର
ଭୁବନେଶ୍ୱର : ଏଣିକି ରବିବାର ଖୋଲା ରହିବ ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବା କେନ୍ଦ୍ର । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି I ସେହି ଅନୁସାରେ ପ୍ରତ୍ୟେକ ରବିବାର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡିକୁ କୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ରବିବାର ସାଧାରଣ ଲୋକେ ଏଠରେ ୫ ଟଙ୍କିଆ ସୁଲଭ ଭୋଜନ ବ୍ୟବସ୍ଥାର ସୁବିଧା ପାଇପାରିବେ । […]
ଭୁବନେଶ୍ୱର : ଏଣିକି ରବିବାର ଖୋଲା ରହିବ ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଆହାର ସେବା କେନ୍ଦ୍ର । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି I ସେହି ଅନୁସାରେ ପ୍ରତ୍ୟେକ ରବିବାର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡିକୁ କୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ରବିବାର ସାଧାରଣ ଲୋକେ ଏଠରେ ୫ ଟଙ୍କିଆ ସୁଲଭ ଭୋଜନ ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଅବଗତ କରାଇ ଦିଆଯାଇଛି । ପୂର୍ବରୁ ପ୍ରତି ରବିବାର ରାଜ୍ୟ ସରକାରଙ୍କ ଏହି ଯୋଜନା ଅନୁସାରେ, ଆହାର କେନ୍ଦ୍ର ବନ୍ଦ ରହୁଥିଲା । କିନ୍ତୁ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ ଆସିବା ସହ ରବିବାର ଆହାର କେନ୍ଦ୍ରଗୁଡିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଥାଉ କି, ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି। ସେଥିରୁ ୫୮ ଟିରେ ରାତିରେ ମଧ୍ୟ ଖାଦ୍ୟ ପରିବେଷଣ ସୁବିଧା ରହିଛି। ତେଣୁ ଡାକ୍ତରଖାନାର ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଭୋଜନ ସୁବିଧା ଯୋଗାଇ ଦେବା ପାଇଁ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସରକାର ।




