ଏକାଧିକ ସରକାରୀ ପ୍ଲଟ୍‌ ନେବା ଉପରେ ହାଇକୋର୍ଟଙ୍କ ରୋକ୍‌

ଭୁବନେଶ୍ୱର : ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ । ପୂର୍ବରୁ ପ୍ଲଟ୍‌ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି। ତତ୍‌ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉ କି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ […]

Samaya Live Picture
Published On

ଭୁବନେଶ୍ୱର : ସରକାରୀ ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟ ଶୁଣାଇଛନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ରାୟ I ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ । ପୂର୍ବରୁ ପ୍ଲଟ୍‌ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିଛନ୍ତି। ତତ୍‌ସମ୍ବନ୍ଧୀୟ ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଏକ ବାସପଯୋଗୀ ପ୍ଲଟ୍‌ ନେଇ ତାକୁ ବିକ୍ରି କରି ଦେଇଥିଲେ। ଏହାପରେ ବ୍ୟାବସାୟିକ ପ୍ଲଟ୍‌ କିଣିଥିଲେ। ତା’ପରେ ତୃତୀୟ ପ୍ଲଟ୍‌ କର୍ମଚାରୀ କୋଟାରେ ପାଇଥିଲେ ମଧ୍ୟ ତାଙ୍କୁ ଦିଆଯାଇ ନଥିଲା। ଏହାକୁ ଚ୍ୟାଲେଞ୍ଜ କରି କର୍ମଚାରୀ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ରାଜ୍ୟର ବିଭିନ୍ନ କର୍ତ୍ତୃପକ୍ଷଙ୍କରୁ ଏକାଧିକ ପ୍ଲଟ୍‌ ନେବା ଉପରେ ରୋକ୍‌ ଲଗାଇଥିଲେ।

Tags: