ଏଏସଓ ପରୀକ୍ଷା ଅନିୟମିତତା : ହାଇକୋର୍ଟରେ ରିଭ୍ୟୁ ପିଟିସନ ଖାରଜ
କଟକ : ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପୂର୍ବରାୟ କାଏମ ରହିଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ୍ ଖାରଜ କରିଦେଇଛନ୍ତି । ତେବେ ପୂର୍ବ ରାୟର ପୁନଃବିଚାର ପାଇଁ ପାଇଁ ଦାୟର ହୋଇଥିଲା ପିଟିସନ। ପିଟିସନ ଖାରଜ ସହ ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ପ୍ରକାଶ ଯେ, ପୂର୍ବରୁ ଓପିଏସ୍ସି ଦ୍ବାରା ପ୍ରକାଶପାଇଥିବା ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ। ସୂଚନାଯୋଗ୍ୟ,ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ […]
କଟକ : ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପୂର୍ବରାୟ କାଏମ ରହିଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ୍ ଖାରଜ କରିଦେଇଛନ୍ତି । ତେବେ ପୂର୍ବ ରାୟର ପୁନଃବିଚାର ପାଇଁ ପାଇଁ ଦାୟର ହୋଇଥିଲା ପିଟିସନ। ପିଟିସନ ଖାରଜ ସହ ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ପ୍ରକାଶ ଯେ, ପୂର୍ବରୁ ଓପିଏସ୍ସି ଦ୍ବାରା ପ୍ରକାଶପାଇଥିବା ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ।
ସୂଚନାଯୋଗ୍ୟ,ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଥିଲା। ଉକ୍ତ ମାମଲାର ଶୁଣାଣି ଶେଷ କରି ଏଏସଓ ଲିଖିତ ପରୀକ୍ଷାର ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା।




