ଏଆଇ ନଜରରେ ମାଟ୍ରିକ ପରୀକ୍ଷା ତ୍ରୁଟି
କଟକ : ଚଳିତ ଵର୍ଷ ଏଆଇ ସର୍ଭେଲାନ୍ସ ରେ ଚାଲିଛି ମାଟ୍ରିକ ପରୀକ୍ଷା I ପରୀକ୍ଷା ଆରମ୍ଭ ପ୍ରଥମ ଦିନରୁ ଏଆଇ କ୍ୟାମେରାରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଆଇ ର କଡ଼ା ନଜର ସତ୍ତ୍ୱେ ବି […]
କଟକ : ଚଳିତ ଵର୍ଷ ଏଆଇ ସର୍ଭେଲାନ୍ସ ରେ ଚାଲିଛି ମାଟ୍ରିକ ପରୀକ୍ଷା I ପରୀକ୍ଷା ଆରମ୍ଭ ପ୍ରଥମ ଦିନରୁ ଏଆଇ କ୍ୟାମେରାରେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଧରାପଡିଛି। ଏ ନେଇ ବିଏସଇ କମାଣ୍ଡ କଣ୍ଟେ୍ରାଲ୍ ରୁମ୍ ସୂଚନା ଜାରି କରିଛି। ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଛି। କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଆଇ ର କଡ଼ା ନଜର ସତ୍ତ୍ୱେ ବି ଏଥର ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡ଼ିଆରେ ଘୁରି ବୁଲିଲା ପ୍ରଶ୍ନ ଓ ଉତ୍ତର। ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇ ଥିବା ଜଣାପଡିଛି । ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲାଯାଇଛି। ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମଧ୍ୟ ମିଳିଛି। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଇନଭିଜିଲେଟରଙ୍କୁ ଏ ନେଇ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେହିପରି କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି । ମାଟ୍ରିକ ପରୀକ୍ଷାରେ ତ୍ରୁଟି ପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେନ୍ଦୁଝର ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ ଚିଠି ଯୋଗେ ନିର୍ଦ୍ଦେଶ ଦେଇଛନ୍ତି।




