ଉପର ପଡିଆରେ ବି ହେବ ବାଲିଯାତ୍ରା
କଟକ : ତଳ ପଡିଆ ଭଳି ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରୂପରେଖ କଣ ରହିବ ହାଇକୋର୍ଟଙ୍କୁ ଅବଗତ କରାଯିବ। ପୂର୍ବରୁ କେବଳ ତଳପଡିଆରେ ବାଲିଯାତ୍ରା କରିବାକୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିବାଦ ଉପୁଜି ଥିଲା । ଅଧିକାଂଶ ଦଳର ଲୋକ ପ୍ରତିନିଧି ନିଷ୍ପତିକୁ ବିରୋଧ କରିଥିଲେ । ଆସନ୍ତା ୯ ତାରିଖରେ କଟକ ସହର ସମ୍ପର୍କିତ […]
କଟକ : ତଳ ପଡିଆ ଭଳି ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରୂପରେଖ କଣ ରହିବ ହାଇକୋର୍ଟଙ୍କୁ ଅବଗତ କରାଯିବ। ପୂର୍ବରୁ କେବଳ ତଳପଡିଆରେ ବାଲିଯାତ୍ରା କରିବାକୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିବାଦ ଉପୁଜି ଥିଲା । ଅଧିକାଂଶ ଦଳର ଲୋକ ପ୍ରତିନିଧି ନିଷ୍ପତିକୁ ବିରୋଧ କରିଥିଲେ । ଆସନ୍ତା ୯ ତାରିଖରେ କଟକ ସହର ସମ୍ପର୍କିତ ମାମଲାର ଶୁଣାଣି କରାଯିବ । ସେହି ୯ ତାରିଖରେ ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ। ଐତିହ୍ୟ ଓ ପରମ୍ପରାକୁ ନେଇ ନିଷ୍ପତି ହୋଇଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି ।
ସେପଟେ ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।




