ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟଙ୍କ ଜୋରିମାନା

କଟକ: ୨୦୨୪ ପାଟଣାଗଡ଼ ବିଧାନସଭା ନିର୍ବାଚନରେ ଅନିୟମିତତା ମାମଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଜୋରିମାନା କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ତାଙ୍କୁ ୨ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଏହି ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜମା କରାଯିବ । ତେବେ ଜବାବ ଦାଖଲ ପାଇଁ […]

Samaya Live Picture
Published On

କଟକ: ୨୦୨୪ ପାଟଣାଗଡ଼ ବିଧାନସଭା ନିର୍ବାଚନରେ ଅନିୟମିତତା ମାମଲା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଜୋରିମାନା କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ତାଙ୍କୁ ୨ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଏହି ଜରିମାନା ଅର୍ଥ ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜମା କରାଯିବ ।

ତେବେ ଜବାବ ଦାଖଲ ପାଇଁ ତାରିଖ ଗଡ଼ାଇ ଚାଲିବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ହାଇକୋର୍ଟ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ୨ ହଜାର ଟଙ୍କା ଜରିମାନା କରି ତାଙ୍କ ଜବାବ ଗ୍ରହଣ ନିମନ୍ତେ ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ଉକ୍ତ ଜରିମାନା ଅର୍ଥ ହାଇକୋର୍ଟ ବାର୍‌ ଆସୋସିଏଶନ କଲ୍ୟାଣପାଣ୍ଠିିରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପାଟଣାଗଡ଼ ବିଧାନସଭା ଆସନର ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ନେଇ ଶ୍ରୀ ମେହେର ତାଙ୍କ ପିଟିସନ୍‌ରେ ଅଭିଯୋଗ କରିଛନ୍ତି । ତେଣୁ ବିଧାୟକ ଭାବେ ଶ୍ରୀ ସିଂହଦେଓଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବାକୁ ସେ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ହାଇକୋର୍ଟ ଉପମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ । କିନ୍ତୁ ବିଳମ୍ବରେ ଜବାବ ରଖିବାରୁ ହାଇକୋର୍ଟ ଏହି ଜରିମାନା କରିଛନ୍ତି । ସରୋଜ କୁମାର ମେହେରଙ୍କ ପକ୍ଷରୁ ଆଇନଜୀବୀ ଏନ୍. ଅଗ୍ରୱାଲ ମାମଲା ପରିଚାଳନା କରୁଥିବା ଜଣାପଡ଼ିଛି ।

Tags: