ଉତ୍ତରାଖଣ୍ଡ ଟନେଲରେ ଫସିଛନ୍ତି ୫ ଓଡ଼ିଆ,୩ ମୟୁରଭଞ୍ଜର

ଭୁବନେଶ୍ୱର : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡି ଫସିଲେ ୫ ଓଡ଼ିଆ I ଏଥିରେ ଏହି ଶ୍ରମିକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ଭଗବାନ ଭତ୍ରା, ବିଶ୍ୱେଶ୍ୱର ନାୟକ,ରାଜୁ ନାୟକ, ବଡ଼କୁଦାର ଧୀରେନ ନାୟକ ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ। ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ସୁରକ୍ଷା ବଳ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଫସିଥିବା ଜଣାଯାଇଛି। ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଜଗେଇବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ (୪୫) […]

Samaya Live Picture
Published On

ଭୁବନେଶ୍ୱର : ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡି ଫସିଲେ ୫ ଓଡ଼ିଆ I ଏଥିରେ ଏହି ଶ୍ରମିକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ଭଗବାନ ଭତ୍ରା, ବିଶ୍ୱେଶ୍ୱର ନାୟକ,ରାଜୁ ନାୟକ, ବଡ଼କୁଦାର ଧୀରେନ ନାୟକ ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ। ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ସୁରକ୍ଷା ବଳ ଦାୟିତ୍ୱରେ ନିୟୋଜିତ ଅଛନ୍ତି।

ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଫସିଥିବା ଜଣାଯାଇଛି। ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଜଗେଇବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ (୪୫) ଏବଂ ବେଢାକୁଦ ଗ୍ରାମର ଧୀରେନ ନାଏକ ଫସିଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲା ଅଧୀନ କୁଳିଅଣା ବ୍ଲକର ଜଣେ ବ୍ୟକ୍ତି ବି ଫସିଛନ୍ତି। ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣା ପଡିଛି I ଶ୍ରମିକଙ୍କ ପାଖକୁ ପାଇପ୍‌ ଯୋଗେ ଖାଦ୍ୟ ଏବଂ ଅମ୍ଳଜାନ ପଠାଯାଉଛି।

ସୂଚନାଯୋଗ୍ୟ, ରବିବାର ଭୋର୍‌ପ୍ରାୟ ୫ଟାରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ବ୍ରହ୍ମଖାଲ-ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ଟନେଲ ଆଂଶିକ ଭୁଶୁଡ଼ି ପଡ଼ିଥିଲା। ଏଥିରେ କାମ କରୁଥିବା ୪୦ ଜଣ ଫସି ରହିଥିଲେ। ଏମାନଙ୍କ ମଧ୍ୟରେ ଏହି ୫ ଜଣ ଓଡ଼ିଶାର ଅଛନ୍ତି।

Tags: