ଉଚ୍ଚ ଶିକ୍ଷାରେ ଅର୍ଥ ସାଜିବନି ବାଧକ, ଆଜି ଠାରୁ ୩ ଜିଲ୍ଲାରେ ‘ନୂଆ-ଓ’ ସ୍କଲାରସିପ
ଭୁବନେଶ୍ୱର : ଆଜିଠାରୁ ବିତରଣ କରାଯିବ ‘ନୂଆ-ଓ’ ଛାତ୍ରବୃତ୍ତି I ଏଣିକି ସ୍ନାତକ ଏବଂ ପିଜି ଛାତ୍ରଙ୍କର ପାଠପଢ଼ାରେ ଅର୍ଥ ସାଜିବନି ବାଧକ I ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩ ତିନି ଏବଂ ପିଜି ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍ ବଣ୍ଟନ କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର […]
ଭୁବନେଶ୍ୱର : ଆଜିଠାରୁ ବିତରଣ କରାଯିବ ‘ନୂଆ-ଓ’ ଛାତ୍ରବୃତ୍ତି I ଏଣିକି ସ୍ନାତକ ଏବଂ ପିଜି ଛାତ୍ରଙ୍କର ପାଠପଢ଼ାରେ ଅର୍ଥ ସାଜିବନି ବାଧକ I ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩ ତିନି ଏବଂ ପିଜି ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍ ବଣ୍ଟନ କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଲେଖାଏ ସ୍କଲାରଶିପ୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଏହି ନୂଆ-ଓ ଛାତ୍ରାବୃତ୍ତି ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ । ଏଥିପାଇଁ ପିଲାମାନେ ନିଜ ଆକାଉଣ୍ଟ ନମ୍ବର ସହ କଲେଜରେ ଫର୍ମ ପୂରଣ କରିଛନ୍ତି । ତେବେ ସରାକାରୀ କର୍ମଚାରୀ ଏବଂ ଆୟକର ଦେଉଥିବା ଅଭିଭାବକଙ୍କ ପିଲାମାନଙ୍କୁ ଏହି ଛାତ୍ରବୃତ୍ତି ମିଳିବ ନାହିଁ । ଉଚ୍ଚଶିକ୍ଷାରେ ଅର୍ଥ ଆଉ ବାଧକ ସାଜିବନି ବୋଲି ସରକାର ଏହି ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି।
ସୂଚନାନୁସାରେ,ରାଜ୍ୟ ସରକାର ନବୀନ ପଟ୍ଟନାୟକ କିଛି ଦିନ ତଳେ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ସଂପର୍କରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯାଜପୁରରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ‘ନୂଆ-ଓ’ ଯୋଜନାରେ ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ସ୍କଲାରସିପ ପାଇବେ I ସେମାନଙ୍କ ମଧ୍ୟରୁ ୩୫ ହଜାର ପିଜି ଛାତ୍ରଛାତ୍ରୀ ରହିଛନ୍ତି I ଛାତ୍ରବୃତ୍ତି ସହ ଖୁବ ଶୀଘ୍ର ପିଲା ମାନଙ୍କୁ ନବୀନ ମ୍ୟାଜିକ କାର୍ଡ ମଧ୍ୟ ପ୍ରଦାନ କରାଯିବ I ଯେଉଁଥିରେ ଛାତ୍ରଛାତ୍ରୀମାନେ ରିହାତିରେ ବସରେ ଯିବା ଆସିବା ସହ ନେଟ ମଧ୍ୟ ଆକ୍ସେସ କରି ପାରିବେ I




