ଆସୁଛି ଆଉ ଏକ ଲଘୁଚାପ ,୩-୪ ଦିନ ଭିତରେ ଭିଜିବ ଓଡିଶା

ଭୁବନେଶ୍ୱର : ସାମୁଦ୍ରିକ ଝଡ ମିଗଜୋମ୍‌ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି । ବର୍ତ୍ତମାନ ବି କିଛି ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇନାହିଁ । ରେସ୍କ୍ୟୁ ଅପରେସନ୍ ଏବେ ବି ଜାରି ରହିଛି । ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଥିଲା ବାତ୍ୟା ମିଗଜୋମ୍‌ । ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ପାଣିପାଗ ବିଭା ପକ୍ଷରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଚେତାବନୀ ଦିଆଯାଇଛି । […]

Samaya Live Picture
Published On

ଭୁବନେଶ୍ୱର : ସାମୁଦ୍ରିକ ଝଡ ମିଗଜୋମ୍‌ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଛି । ବର୍ତ୍ତମାନ ବି କିଛି ସ୍ଥାନରେ ସ୍ଥିତି ସ୍ବାଭାବିକ ହୋଇନାହିଁ । ରେସ୍କ୍ୟୁ ଅପରେସନ୍ ଏବେ ବି ଜାରି ରହିଛି । ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଥିଲା ବାତ୍ୟା ମିଗଜୋମ୍‌ । ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ପାଣିପାଗ ବିଭା ପକ୍ଷରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଚେତାବନୀ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ,ଆରବ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ମାଲଦୀପ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Tags: