ଆସିଲା ବାର୍ଡ ଫ୍ଲୁ , ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ

ଭୁବନେଶ୍ଵର : ମଙ୍ଗଳବାର ଠାରୁ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବା । ଏ  ନେଇ ସୂଚନା ଦେଇଛନ୍ତି  ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ  । ଭୁବନେଶ୍ଵରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ ।  ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ, ପୂରା ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନମିଳିବା ଯାଏ ଏହି ପକ୍ଷୀ ବିହାର ବନ୍ଦ ରହିବ। […]

Samaya Live Picture
Published On

ଭୁବନେଶ୍ଵର : ମଙ୍ଗଳବାର ଠାରୁ ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ ରହିବା । ଏ  ନେଇ ସୂଚନା ଦେଇଛନ୍ତି  ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ  । ଭୁବନେଶ୍ଵରରେ ବହୁ ସଂଖ୍ୟାରେ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଏଭଳି ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ ।  ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ହେବ, ପୂରା ନନ୍ଦନକାନନ ବନ୍ଦ ହେବ ନାହିଁ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଆଦେଶ ନମିଳିବା ଯାଏ ଏହି ପକ୍ଷୀ ବିହାର ବନ୍ଦ ରହିବ। ନନ୍ଦନକାନନକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ବାରା ବାର୍ଡଫ୍ଲୁର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

 

Tags: