ଆସନ୍ତା ୨୩ରେ ହୀରାକୁଦରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ସମ୍ବଲପୁର : ଆସନ୍ତା ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ଏନେଇ ଗୁରୁବାର ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମ୍‌‌ କର୍ତ୍ତୃପକ୍ଷଙ୍କ ପକ୍ଷ ନିଷ୍ପତି ନେଇଛନ୍ତି । ଜଳ ନିଷ୍କାସନ ପରେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଡ୍ୟାମ୍‌‌ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି। ସକାଳ ୯ଟା ସମୟରେ ଏହି ବନ୍ୟାଜଳ ନିଷ୍କାସନ […]

Samaya Live Picture
Published On

ସମ୍ବଲପୁର : ଆସନ୍ତା ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ। ଏନେଇ ଗୁରୁବାର ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ବନ୍ୟା ଜଳ ନିଷ୍କାସନ ପାଇଁ ଡ୍ୟାମ୍‌‌ କର୍ତ୍ତୃପକ୍ଷଙ୍କ ପକ୍ଷ ନିଷ୍ପତି ନେଇଛନ୍ତି । ଜଳ ନିଷ୍କାସନ ପରେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଡ୍ୟାମ୍‌‌ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି। ସକାଳ ୯ଟା ସମୟରେ ଏହି ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ ‘ହୀରାକୁଦ ହେଡ ୱାର୍କ୍ସ ଏବଂ ଅତିରିକ୍ତ ସ୍ପିଲୱେ’ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ବୁଧୁବାର ରାତି ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୭ ହଜାର ୪୦୧ କ୍ୟୁସେକ ଜଳ ପ୍ରବେଶ କରିଥିଲା I ସେହିପରି ଗୁରୁବାର ଦିନ ୧୨ ଟା ସୁଦ୍ଧା ସେକେଣ୍ଡ ପିଛା ୧,୪୦,୦୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ‌ସେକେଣ୍ଡ ପିଛା ୩୯,୭୫୩ କ୍ୟୁସେକ ଜଳ ନିଷ୍ପାସନ ହେଉଥିଲା। ପାୱାର ଚେନାଲ ମାଧ୍ୟୟମରେ ୩୬,୫୪୪, ଚାଷ ପାଇଁ ୨୯୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୩୭୫ କ୍ୟୁସେକ, ଏସଏମସି ପାଇଁ ୫୦୦ କ୍ୟୁସେକ, ସମ୍ବଲପୁର ପାଇଁ ୫୦ ଓ ଶିଳ୍ପ ପାଇଁ ୨୭୪କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

Tags: