ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ : ତୁଟିଲା ବିବାଦ I ପୁଣି ଝଟକିବ କଳା ଶ୍ରୀମୁଖ I ଆସନ୍ତାକାଲି ହେବ ଶ୍ରୀ ଜୀଉଙ୍କ ବନକଲାଗି ନୀତି I ଅନେକ ଦିନ ଧରି କାଳିଆର ଶ୍ରୀମୁଖ ଶିଙ୍ଗାର ହୋଇନଥିବା ବେଳେ ଆସନ୍ତାକାଲି ସବୁ କିଛିର ଅନ୍ତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ […]
ପୁରୀ : ତୁଟିଲା ବିବାଦ I ପୁଣି ଝଟକିବ କଳା ଶ୍ରୀମୁଖ I ଆସନ୍ତାକାଲି ହେବ ଶ୍ରୀ ଜୀଉଙ୍କ ବନକଲାଗି ନୀତି I ଅନେକ ଦିନ ଧରି କାଳିଆର ଶ୍ରୀମୁଖ ଶିଙ୍ଗାର ହୋଇନଥିବା ବେଳେ ଆସନ୍ତାକାଲି ସବୁ କିଛିର ଅନ୍ତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ କରିବ । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନାନୁସାରେ, ପ୍ରାୟ ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ I ନୀଳାଦ୍ରି ବିଜେ ପରଠାରୁ ହୋଇ ପାରିନାହିଁ ଶ୍ରୀମୁଖ ଶୃଙ୍ଗାର । ବନକ ଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଜ ଜିଦରେ ଅଟଳ ରହିଥିଲେ I ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହୁଥିବା ବେଳେ ଗୁରୁବାର ନୀତି କରିବା ପାଇଁ ଦାବି କରିଥିଲେ ଦତମହାପାତ୍ର ସେବାୟତ । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବୁଧବାର ବନକଲାଗି ନୀତି କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା ।




