ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ୍ ରନ୍
ରାଉରକେଲା : ୨୦/୦୯ ରେ ପୁଣି ଥରେ ହେବାକୁ ଯାଉଛି ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ୍ ରନ୍। ଆସନ୍ତାକIଲି ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଉରକେଲା ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଟ୍ରାଏଲ ରନ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ,ସମ୍ବଲପୁର […]
ରାଉରକେଲା : ୨୦/୦୯ ରେ ପୁଣି ଥରେ ହେବାକୁ ଯାଉଛି ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ୍ ରନ୍। ଆସନ୍ତାକIଲି ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଉରକେଲା ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ।
ଟ୍ରାଏଲ ରନ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ,ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ରହିବ। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍ ନେବ। ଟ୍ରାଏଲ ରନ୍ ବେଳେ ଟ୍ରେନ୍ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।
ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଥିଲା। ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରିଥିବା ବେଳେ ଦିନ ୧୨ଟା ୩୦ରେ ତାଳଚେରରେ ଟ୍ରେନ୍ ପହଞ୍ଚିଥିଲା।
ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିବ। ୫ଟା ୪୨ ମିନିଟ୍ରେ ଖୋର୍ଦ୍ଧାରୋଡ୍, ୬ଟା ୪ ମିନିଟ୍ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍ରେ କଟକ ଷ୍ଟେସନରେ ପହଞ୍ଚିବ। ସେମିତି ସକାଳ ୭ଟା ୨୪ ମିନିଟ୍ରେ ଢେଙ୍କାନାଳ, ୮ଟା ୧୪ ମିନିଟ୍ରେ ଅନୁଗୁଳ, ୧୦ଟା ୧୮ ମିନିଟ୍ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍ରେ ଝାରସୁଗୁଡା, ଅପରାହ୍ନ ୧୨ଟା ୪୫ ମିନିଟ୍ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ପୁଣି ରାଉରକେଲା ଷ୍ଟେସନରୁ ଅପରାହ୍ନ ୨ଟା ୧୦ ମିନିଟ୍ରେ ପୁରୀ ଅଭିମୁଖେ ବାହାରିବ। ଅପରାହ୍ନ ୩ଟା ୨୩ ମିନିଟ୍ରେ ଝାରସୁଗୁଡା, ୪ଟା ୩ ମିନିଟ୍ରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ୍ରେ ଅନୁଗୁଳ ଷ୍ଟେସନରେ ପହଞ୍ଚିବ। ୬ଟା ୫୪ ମିନିଟ୍ରେ ଢେଙ୍କାନାଳ, ୭ଟା ୪୨ ମିନିଟ୍ରେ କଟକ, ରାତି ୮ଟା ୧୫ ମିନିଟ୍ରେ ଭୁବନେଶ୍ବର, ୮ଟା ୩୭ ମିନିଟ୍ରେ ଖୋର୍ଦ୍ଧାରୋଡ୍, ୯ଟା ୪୦ ମିନିଟ୍ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଶନିବାର ବ୍ୟତୀତ ସପ୍ତାହର ବାକି ୬ ଦିନ ଏହି ଟ୍ରେନ୍ ଚାଲିବ।




