ଆଳୁ ନାହିଁ ତ ପରିବା ବନ୍ଦ

ଭୁବନେଶ୍ୱର : ପଶ୍ଚିମବଙ୍ଗକୁ ଛାଡିଲେନି ପରିବା ଟ୍ରକ । ପଶ୍ଚିମବଙ୍ଗ ସରକାରଙ୍କ ମନମାନିକୁ ବିରୋଧରେ କଟକରେ ପ୍ରତିବାଦ କରାଯାଇଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବାରୁ ରାଜ୍ୟରେ ଦେଖାଦେଇଛି ଆଳୁ ସଙ୍କଟ । ଏଥିପାଇଁ କଟକ ମଙ୍ଗୁଳିଛକଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ୧୬ ନଂ ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ […]

Samaya Live Picture
Published On

ଭୁବନେଶ୍ୱର : ପଶ୍ଚିମବଙ୍ଗକୁ ଛାଡିଲେନି ପରିବା ଟ୍ରକ । ପଶ୍ଚିମବଙ୍ଗ ସରକାରଙ୍କ ମନମାନିକୁ ବିରୋଧରେ କଟକରେ ପ୍ରତିବାଦ କରାଯାଇଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବାରୁ ରାଜ୍ୟରେ ଦେଖାଦେଇଛି ଆଳୁ ସଙ୍କଟ । ଏଥିପାଇଁ କଟକ ମଙ୍ଗୁଳିଛକଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ୧୬ ନଂ ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ସୂଚନାନୁସାରେ,ସୀମାନ୍ତ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଆଳୁ ଟ୍ରକ ଗୁଡିକୁ ଅଟକାଇବା ପାଇଁ ପଶ୍ଚିମବଙ୍ଗ ପୋଲିସ ଜଗି ବସିଛି । ଗତ ବୁଧୁବାର ପଶ୍ଚିମବଙ୍ଗ ସୀମାର ଏକ ଗଳାବାଟ ଦେଇ ଗୋମୁଣ୍ଡାରୁ ଭୋଗରାଇ ବ୍ଲକ ବାଲିମ ରାସ୍ତାଦେଇ ଓଡିଶା ଆସୁଥିବା ବେଳେ ଓଡିଶା ସିମାନ୍ତରୁ ୫ ସହ ମିଟର ଭିତରେ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଧରିଥିଲା । ଏହାର ପ୍ରତିବାଦ କରି ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ମାଛ ଓ ଅଣ୍ଡା ଗାଡିକୁ ଅଟକାଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ କୌଣସି ଖାଦ୍ୟ ସାମଗ୍ରୀ ଗାଡି ଛଡାଯିବ ନାହିଁ ବୋଲି କୁହାଯାଇଛି। ଆଜି ସକାଳୁ ମଙ୍ଗୁଳି ଛକରେ ଗାଡି ଗୁଡିକ ଅଟକାଇ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ।

Tags: