ଆର.ଆଇ ,ଅମିନ ପରୀକ୍ଷାକୁ ବାତିଲ ପାଇଁ ଦାବି
ଭୁବନେଶ୍ୱର: OSSSC ଅଧୀନରେ ଚାଲୁଥିବା ଆର.ଆଇ,ଏ.ଆର.ଆଇ,ଅମିନ ପରୀକ୍ଷାକୁ ବାତିଲ କରିବାକୁ ଦାବି । ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି, ତାହା ହେଲେ ଆସନ୍ତା ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପ୍ସନ । ପରୀକ୍ଷାରେ ବ୍ୟାପକ ଅନିୟମିତତା କୁ ନେଇ ରାଜ୍ୟ ଆନ୍ଦୋଳନ କରୁଛନ୍ତି ଆଶାୟୀ ପ୍ରାର୍ଥୀ I ଏହି ଆନ୍ଦୋଳନ ଏବେ ତୀବ୍ର ରୂପ ନେବାକୁ ଯାଉଛି […]
ଭୁବନେଶ୍ୱର: OSSSC ଅଧୀନରେ ଚାଲୁଥିବା ଆର.ଆଇ,ଏ.ଆର.ଆଇ,ଅମିନ ପରୀକ୍ଷାକୁ ବାତିଲ କରିବାକୁ ଦାବି । ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି, ତାହା ହେଲେ ଆସନ୍ତା ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପ୍ସନ । ପରୀକ୍ଷାରେ ବ୍ୟାପକ ଅନିୟମିତତା କୁ ନେଇ ରାଜ୍ୟ ଆନ୍ଦୋଳନ କରୁଛନ୍ତି ଆଶାୟୀ ପ୍ରାର୍ଥୀ I ଏହି ଆନ୍ଦୋଳନ ଏବେ ତୀବ୍ର ରୂପ ନେବାକୁ ଯାଉଛି । ଉପରୋକ୍ତ ସମସ୍ତ ପରୀକ୍ଷାକୁ ବାତିଲ କରିବା ଏବଂ ଅନଲାଇନ ବଦଳରେ ଅଫଲାଇନ ପରୀକ୍ଷା କରିବାକୁ ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପ୍ସନ ପକ୍ଷରୁ ଦାବି କରାଯାଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି, ତାହା ହେଲେ ଆସନ୍ତା ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏହା ସହିତ ଛାତ୍ର ସଂଘ ଏହି ମାମଲାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି । କେନ୍ଦ୍ର ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି ।




