ଆନନ୍ଦବଜାରର ହେବ ସୌନ୍ଦର୍ଯ୍ୟୀକରଣ: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଅନୁଷ୍ଠିତ

ପୁରୀ :ଆନନ୍ଦବଜାରର ହେବ ସୌନ୍ଦର୍ଯ୍ୟୀକରଣ I ବଡ଼ଦାଣ୍ଡକୁ ପଲିଥିନ୍‌ମୁକ୍ତ କରି ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ ଷ୍ଟ୍ରକଚରର ସେଡ୍‌ ଲଗାଯିବ। ଏହାସହିତ ଭୋଗ ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ହେବ। ମଙ୍ଗଳବାର ନିଯୋଗର ଏକ ଦଳ ଅନୁଧ୍ୟାନ କରି ଯୋଗ୍ୟ ସ୍ଥାନ ନିରୂପଣ କରିବେ। ସୌନ୍ଦର୍ଯ୍ୟୀକରଣ ପରେ ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଯିବ। ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଦିବ୍ୟାଙ୍ଗ ଭକ୍ତଙ୍କ […]

Samaya Live Picture
Published On

ପୁରୀ :ଆନନ୍ଦବଜାରର ହେବ ସୌନ୍ଦର୍ଯ୍ୟୀକରଣ I ବଡ଼ଦାଣ୍ଡକୁ ପଲିଥିନ୍‌ମୁକ୍ତ କରି ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ ଷ୍ଟ୍ରକଚରର ସେଡ୍‌ ଲଗାଯିବ। ଏହାସହିତ ଭୋଗ ବିକ୍ରି ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ହେବ। ମଙ୍ଗଳବାର ନିଯୋଗର ଏକ ଦଳ ଅନୁଧ୍ୟାନ କରି ଯୋଗ୍ୟ ସ୍ଥାନ ନିରୂପଣ କରିବେ। ସୌନ୍ଦର୍ଯ୍ୟୀକରଣ ପରେ ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଯିବ। ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ନୂଆ ଗାଡ଼ି ଅଣାଯାଇଛି। ପରୀକ୍ଷାମୂଳକ ଭାବେ ଆଜି ଏହାର ବ୍ୟବହାର କରାଯାଇଛି। ଏହା ଉପରେ ଛତିଶାନିଯୋଗର ମତାମତ ଲୋଡ଼ାଯାଇଛି। ଯଥାଶୀଘ୍ର ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

ମୁଖ୍ୟ ପ୍ରଶାସକ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଆଜି ଆନନ୍ଦବଜାର ସୌନ୍ଦର୍ଯ୍ୟୀକରଣ ସହ ପହିଲି ଭୋଗ ନୀତିକାନ୍ତି,ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସୌନ୍ଦର୍ଯ୍ୟୀକରଣକୁ ଫୋକସ୍‌ରେ ରଖାଯାଇଛି। ମହାପ୍ରସାଦ ପାଇଁ ବିକ୍ରି ପାଇଁ ବନ୍ଧା ଯାଉଥିବା ପଲିଥିନ୍‌ ହଟାଯାଇ ଯଥାଶୀଘ୍ର ଟେନ୍‌ସାଇଲ୍‌ ଫ୍ୟାବ୍ରିକ୍‌ ଷ୍ଟ୍ରକଚର୍‌ ଲଗାଯିବ। ଅନ୍ୟତ୍ର ମହାପ୍ରସାଦ ବିକ୍ରିରେ ଆଜିଠାରୁ କଟକଣା ଲଗାଯାଇଛି। କେହି କୋଇଲି ବୈକୁଣ୍ଠ ଅବା ଶ୍ରୀମନ୍ଦିର ବେଢ଼ାର ଅନ୍ୟ ସ୍ଥାନରେ ମହାପ୍ରସାଦ ବିକ୍ରି କରିପାରିବେନି। ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭକ୍ତମାନେ ଏଣେତେଣେ ମହାପ୍ରସାଦ ଖାଉଥିବାରୁ ଅନ୍ନ ମହାପ୍ରସାଦ ଆଦି ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡ଼ୁଛି। ଏହାକୁ ଅନ୍ୟମାନେ ପାଦରେ ଚକଟୁଛନ୍ତି। ଏଣୁ ମହାପ୍ରସାଦ ବିକ୍ରି କରୁଥିବା ସୁଆରମାନେ ଭକ୍ତମାନଙ୍କୁ ସ୍ଥିରିକୃତ ସ୍ଥାନରେ ମହାପ୍ରସାଦ ସେବନ କରିବାକୁ ପ୍ରବର୍ତ୍ତାଇବେ I

ଶ୍ରୀ ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ନିଯୋଗରୁ ତାଲିକା ମଗାଯାଇଛି। ଯେଉଁଥିରେ ମହାପ୍ରଭୁଙ୍କ ମନ୍ଦିର, ବିଭିନ୍ନ ଲୀଳା, ବେଶ ଆଦି ସ୍ଥାନ ପାଇବ। ମାର୍କେଟ୍‌ ଛକ ନିକଟରେ କାଞ୍ଚି ଅଭିଯାନ ଉପରେ ଏକ ଲେଜର ସୋ’ କରାଯିବ। ପୁରୀ ସହରର ସମସ୍ତ ମନ୍ଦିର ଆଲୋକମାଳାରେ ସଜ୍ଜିତ କରାଯିବ। ଏହି ଅବସରରେ ପୁରୀବାସୀଙ୍କୁ ବି ନିଜ ଘରକୁ ସାଜସଜା, ସଫାସୁତରା ରଖିବା ସହ ଦୀପ ଜାଳିବାକୁ ଅନୁରୋଧ କରୁଛୁ ବୋଲି ଶ୍ରୀ ଦାସ କହିଛନ୍ତି।

Tags: