ଆଜି ସମ୍ବଲପୁରୀ ଦିବସ,ଉତ୍ସବ ମୁଖର ସମ୍ବଲପୁର
ଭୁବନେଶ୍ୱର : ଆଜି ପଶ୍ଚିମ ଓଡିଶା ଜିଲ୍ଲା ସମ୍ବଲପୁରୀ ଦିବସ । ପଶ୍ଚିମ ଓଡ଼ିଶା ଭାଷା,ସାହିତ୍ୟର ଅନନ୍ୟ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଉପଲକ୍ଷେ ଏହି ଦିବସ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ ସେଠାକାର ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦିନ ସାରା ପାଳନ ହୋଇଥାଏ ପଶ୍ଚିମ ଓଡିଶାର ଏହି ମହାନ୍ ପର୍ବ। ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । […]
ଭୁବନେଶ୍ୱର : ଆଜି ପଶ୍ଚିମ ଓଡିଶା ଜିଲ୍ଲା ସମ୍ବଲପୁରୀ ଦିବସ । ପଶ୍ଚିମ ଓଡ଼ିଶା ଭାଷା,ସାହିତ୍ୟର ଅନନ୍ୟ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଉପଲକ୍ଷେ ଏହି ଦିବସ ପାଳନ କରାଯାଇଥାଏ । ଏଥିପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ ସେଠାକାର ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦିନ ସାରା ପାଳନ ହୋଇଥାଏ ପଶ୍ଚିମ ଓଡିଶାର ଏହି ମହାନ୍ ପର୍ବ। ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ ।
ପଶ୍ଚିମ ଓଡିଶାର ସବୁ ଜିଲ୍ଲାରେ ଆଜି ଏହି ଦିନକୁ ଧୁମଧାମରେ ପାଳନ କରାଯାଉଛି । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର। ସରକାରୀ ଅନୁଷ୍ଠାନଠୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ଯ୍ୟନ୍ତ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସମ୍ବଲପୁରୀ ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ବାର୍ତାରେ କହିଛନ୍ତି ଆଜି ହେଉଛି ‘୧-ଅଗଷ୍ଟ ସମ୍ବଲପୁରୀ ଦିନ । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜୟନ୍ତୀ । ସେହି ଯୁଗଜନ୍ମାଙ୍କୁ ମୋର ଅଭକ୍ତି ଅର୍ଘ୍ୟ ଅର୍ପଣ କରୁଛି । ଗୁରୁ ଶ୍ରୀ ସତ୍ୟନାରାୟଣଙ୍କ ଜନ୍ମ ସମ୍ବଲପୁରୀ ଭାଷା,ସାହିତ୍ୟ ପ୍ରତି ସମର୍ପିତ ଥିଲା I ସମ୍ବଲପୁରୀ,ସାହିତ୍ୟ ସଂସ୍କୃତିର ଗାରିମା ବୃଦ୍ଧି ଦିଗରେ ତାଙ୍କର ତ୍ୟାଗ ଓ ବଳିଦାନ ସବୁଦିନ ମାନେ ରହିବ ।
ସମ୍ବଲପୁରୀ ସାହିତ୍ୟ ଓ ଇତିହାସ ଉପରେ ଉଚ୍ଚସ୍ତର ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆଇଆଇଏମ ସମ୍ବଲପୁର ଠାରେ ‘ରଙ୍ଗବତୀ ସେଣ୍ଟର ଫର ଏକ୍ସଲେନ୍ସ’ ସ୍ଥାପିତ ହୋଇଛି,ଯାହା ଖୁବ ଆନନ୍ଦ ଓ ଗର୍ବର କଥା ।




