ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ
ପୁରୀ : ଆଜି ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ଅନୁଷ୍ଠିତ ହେବ । ଚଳିତ ମାସ ୧୪ ତାରିଖ ଠାରୁ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ତିକ ମାସ ବାଳଧୂପ ଭୋଗ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା। ସେହିପରି OBCC ଦ୍ୱାରା ଅବଢ଼ା ଯୋଜନାରେ ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ନେଇ କରାଯିବ […]
ପୁରୀ : ଆଜି ସନ୍ଧ୍ୟାରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ଅନୁଷ୍ଠିତ ହେବ । ଚଳିତ ମାସ ୧୪ ତାରିଖ ଠାରୁ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ତିକ ମାସ ବାଳଧୂପ ଭୋଗ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା। ସେହିପରି OBCC ଦ୍ୱାରା ଅବଢ଼ା ଯୋଜନାରେ ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ନେଇ କରାଯିବ ଆଲୋଚନା । ଅପରାହ୍ନରେ ବୈଠକ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ ମାନେ ଯୋଗଦେବେ।
ଅନ୍ୟପଟେ ସେହିପରି କାର୍ତ୍ତିକ ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ଏଥିପାଇଁ ଚାଲିଛି ଅନଲାଇନ୍ ପଞ୍ଜିକରଣ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଏଥିପାଇଁ edistrict.odisha.gov.inରେ ଆବେଦନ କରିପାରିବେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିପାରିବେ ।




