ଆଜି ଶ୍ରୀ ମନ୍ଦିରରେ ନନ୍ଦୋତ୍ସବ, ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ଶ୍ରୀ ମନ୍ଦିରରେ ନନ୍ଦୋତ୍ସବ ନୀତି । ଉତ୍ସବ ମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର । ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଛନ୍ତି । ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆଜି ଶ୍ରୀ ମନ୍ଦିରରେ ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ସେହିପରି ମଇଲମ ଓ ଅନ୍ୟାନ୍ୟ ନୀତି […]

ଆଜି ଶ୍ରୀ ମନ୍ଦିରରେ ନନ୍ଦୋତ୍ସବ, ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ନୀତିକାନ୍ତି
Samaya Live Picture
Published On

ପୁରୀ : ଆଜି ଶ୍ରୀ ମନ୍ଦିରରେ ନନ୍ଦୋତ୍ସବ ନୀତି । ଉତ୍ସବ ମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର । ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର। ଶୁକ୍ରବାର ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଛନ୍ତି । ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଆଜି ଶ୍ରୀ ମନ୍ଦିରରେ ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ।

ସେହିପରି ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇ ଆଣି ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମନମୋହନଙ୍କୁ ଓହ୍ଲାଇ ଆଣି ଖଟ ଉପରେ ବିଜେ କରାଇବେ। ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି । ନନ୍ଦୋତ୍ସବ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି ।

Tags: