ଆଜି ମକର ସଂକ୍ରାନ୍ତି,ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି I ଧନୁ ରାଶିରୁ ଆଜି ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଛନ୍ତି I ଆଜିଠାରୁ ସୂର୍ଯ୍ୟଙ୍କ ହେବ ଉତ୍ତରାୟଣ। ଧୀରେ ଧୀରେ ଦିନ ବଢିବା ସହ ରାତି କମିବ। ମକର ସଂକ୍ରାନ୍ତି ଅବସରରେ ରାଜ୍ୟର ସମସ୍ତ ଦେବାଳୟ ଗୁଡିକ ଚଳଚଞ୍ଚଳ ହୋଇଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ […]

Samaya Live Picture
Published On

ପୁରୀ : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି I ଧନୁ ରାଶିରୁ ଆଜି ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଛନ୍ତି I ଆଜିଠାରୁ ସୂର୍ଯ୍ୟଙ୍କ ହେବ ଉତ୍ତରାୟଣ। ଧୀରେ ଧୀରେ ଦିନ ବଢିବା ସହ ରାତି କମିବ। ମକର ସଂକ୍ରାନ୍ତି ଅବସରରେ ରାଜ୍ୟର ସମସ୍ତ ଦେବାଳୟ ଗୁଡିକ ଚଳଚଞ୍ଚଳ ହୋଇଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତୀ ଅଳଙ୍କାରରେ ଭୂଷିତ ହୋଇଛନ୍ତି ଶ୍ରୀଜିଉ। ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ନିକଟରେ ଏହି ମକର ଚାଉଳ ଏବଂ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ଘଂଟ ଛତାର ପଟୁଆରରେ ମକରବେଢ଼ା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମକରସଂକ୍ରାନ୍ତି ପ୍ରମୁଖ ଯାତ୍ରା, ଏହି ଯାତ୍ରାରେ ମକରବେଶ ବା ମକରଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଚତୂର୍ଦ୍ଧାମୂର୍ତ୍ତି ।

ଏହି ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବାର ପରମ୍ପରା ରହିଛି। ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ଅଟ୍ରିର ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ମକର ସଂକ୍ରାନ୍ତି ଠାରୁ ମାସାଧିକ କାଳ ଯାଏ, ମକରମେଳା ଆୟୋଜିତ ହେବ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି । ବିଶ୍ୱାସ ରହିଛି ନିସନ୍ତାନ ନାରୀ ହଟକେଶ୍ୱର ଦେବଙ୍କ ଆର୍ଶୀବାଦରେ ସନ୍ତାନ ଲାଭ କରିଥା’ନ୍ତି । ଏଣୁ ସକାଳୁ ସକାଳୁ ଆରମ୍ଭ ହୋଇଥାଏ ମାନସିକ କୁଣ୍ଡରୁ ଗୁଆ ଖୋଜା । ହଟକେଶ୍ୱର ଦେବଙ୍କ ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ନିସନ୍ତାନ ନାରୀ ।

ସେହିପରି ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ର ଧନୁଯାତ୍ରା। ଅପରାହ୍ନ ୨ ଟା ୩୦ ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ପହଞ୍ଚିବ ସାଂସ୍କୃତିକ ଶୋଭାଯାତ୍ରା। ସଂଧ୍ୟା ୫ ଟା ୩୦ ରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିବ। ସଂଧ୍ୟା ୭ ଟାରେ ଧନୁଯାତ୍ରା ମହୋତ୍ସବର ଉଦଘାଟନ ହେବ। ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ ପାଇଁ କଳାକାରମାନେ ଆଜିଠୁ ପ୍ରଦର୍ଶନ କରିବେ ।

Tags: