ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ

ମୟୁରଭଞ୍ଜ : ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆ ଯାଇଛି । ବିଜେପି ପକ୍ଷରୁ ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଦୋକାନବଜାର ବନ୍ଦ ରହିଛି। ଖାଲି ସେତିକି ନୁହେଁ, ଯଶୀପୁର ବାଟଦେଇ କୌଣସି ଯାନବାହନ ଚଳାଚଳ କରୁନାହିଁ।ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ସହରର ବିଭିନ୍ନ ଦୋକାନ ବଜାର ମଧ୍ୟ […]

Samaya Live Picture
Published On

ମୟୁରଭଞ୍ଜ : ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆ ଯାଇଛି । ବିଜେପି ପକ୍ଷରୁ ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଦୋକାନବଜାର ବନ୍ଦ ରହିଛି। ଖାଲି ସେତିକି ନୁହେଁ, ଯଶୀପୁର ବାଟଦେଇ କୌଣସି ଯାନବାହନ ଚଳାଚଳ କରୁନାହିଁ।ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ସହରର ବିଭିନ୍ନ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ବରିଷ୍ଠ ବିଜେପି ନେତା ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନେତୃତ୍ବରେ ଆଜି ଶତାଧିକ କର୍ମୀ ଯଶିପୁରରେ ବ୍ୟାନର୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଯଶୀପୁରର ମୁଖ୍ୟ ବଜାର ରାସ୍ତାର ସ୍ଥାୟୀ ପ୍ରତିକାର ଓ ଯଥାଶୀଘ୍ର ଜମି ଅଧିଗ୍ରହଣ କରି ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦାବିରେ ଜାତୀୟ ରାଜପଥ ୪୯ ଯଶିପୁର ନିକଟରେ ରାସ୍ତା ଅବରୋଧ ହେଇଛି । ସେହିପରି ଗତକାଲି ଯଶିପୁର ବଜାରରେ JMM ଦଳ ପକ୍ଷରୁ ଜାତୀୟ ରାଜପଥ ୪୯ କିଛି ଘଣ୍ଟା ପାଇଁ ରାସ୍ତା ଅବରୋଧ ହେଇଥିଲା । ଦୁଇ ଦିନ ହେଲାଣି ରାସ୍ତା ଅବରୋଧ ହେଇ ଥିବାରୁ ଲୋକମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି।

Tags: